ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ ସଭା ମଝିରେ ଉପସ୍ଥିତ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଉଲଗ୍ନ ହୋଇ ନିଜର ଗୁପ୍ତାଙ୍ଗ ଗ୍ରାମବାସୀଙ୍କୁ ଦେଖାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣି ଥାନାରେ ରଖି ଠିକ୍ ରାତି ୯ଟା ୧୦ରେ ଛାଡ଼ିଦେଇଥିଲା। ଖବର ପାଇ ଗ୍ରାମବାସୀ ଥାନାକୁ ଯାଇଥିଲେ ମଧ୍ୟ ଥାନାବାଲା ନ ଶୁଣିବାରୁ ପ୍ରଥମେ ଏସ୍ଡିପିଓ ଏବଂ ପରେ ଏସ୍ପିଙ୍କୁ ଅଭିଯୋଗ କରିବା ପରେ ତା’ର କୋଣସି ସୁଫଳ ନ ମିଳିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଛାଡି ଏବେ ହରଡ଼ଘଣାରେ ପଡ଼ିଛି।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ଜଣଙ୍କ ଧାରା ହୋଇ ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଥାନାଧିକାରୀ ପହଞ୍ଚି ଆସନ୍ତାକାଲି ୧୦ଟା ସୁଦ୍ଧା ଗିରଫ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଥାନାରୁ ହଟିଥିଲେ। ଏବେ ବି ଘେରାଉ ଜାରି ରହିଛ। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ଭୋଇସାହି ଗ୍ରାମରେ ଦେଖିବାକୁ ମିଳିଛି।