ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗୂହାଳିପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି।
ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କୃଷ୍ନଚନ୍ଦ୍ର ମଲ୍ଲିକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।  ଏନେଇ ଛାତ୍ରୀମାନେ ଘରେ ଜଣାଇବା ପରେ  ଅବିଭାବକୟମାନେ ବିଦ୍ୟାଳୟରେ ପହଞ୍ଚି ଉକ୍ତ ଶିକ୍ଷକଙ୍କୁ ପଚାରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।  ଯାହା ଫଳରେ ଅଭିଭାବକମାନେ ତାଲା ପକାଇ ଉକ୍ତ ଶିକ୍ଷକଙ୍କୁ ଶ୍ରେଣୀଗୃହ ଭିତରେ ବନ୍ଦ କରିରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳେ ପୋଲିସ ପହଞ୍ଚିନାହିଁ ।
Dharitri – Odisha’s No.1 Odia Daily

Share