ବ୍ରହ୍ମପୁର,୨୨।୧୦: ପୀତବାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଳମ୍ବିତ ରାତିରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଅଟକ ରଖିବା ଘଟଣାକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା ଦେଖାଦେଇଛି।
ବିକ୍ରମ ପଣ୍ଡାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ପି ଅଫିସ୍ ଚାରିପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ବିଳମ୍ବିତ ରାତିରୁ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିଛି।