Posted inଜାତୀୟ

ସୌରଶକ୍ତି ଦ୍ୱାରା ପୁଣି ଜାଗ୍ରତ ହେବେ ବିକ୍ରମ ଲ୍ୟାଣ୍ଡର-ପ୍ରଜ୍ଞାନ ରୋଭର: ଇସ୍ରୋ…

ହାଇଦ୍ରାବାଦ,୨୩।୯ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସଫଳତାର ସହିତ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଚନ୍ଦ୍ରୟାନ -୩ ର ଏକ ସଫ୍ଟ ଅବତରଣ କରିଥିଲା। ଏହା ପରେ ଉଭୟ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଚନ୍ଦ୍ର ଉପରେ ୧୪ ଦିନ ଚାଲିଥିଲେ। ରାତି ଚନ୍ଦ୍ରରେ ହେବା ପରେ ଦୁହେଁ ସ୍ଲିପ ମୋଡରେ ଥିଲେ, କିନ୍ତୁ ଏବେ ସେଠାରେ ଦିନ ଆରମ୍ଭ ହୋଇଛି। ଚନ୍ଦ୍ରରେ ସୁପ୍ତ ଅବସ୍ଥାରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ବର୍ତ୍ତମାନ କିପରି ଜାଗ୍ରତ ହେବେ ସେ ନେଇ ଇସ୍ରୋ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି ।

ଯେତେବେଳେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭେରକୁ ଚନ୍ଦ୍ରରେ ସ୍ଲିପ ମୋଡରେ ରଖାଗଲା, ସେତେବେଳେ ସେମାନଙ୍କର କିଛି ସିଷ୍ଟମକୁ ଜାଗ୍ରତ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଯାହା ଦ୍ୱାରା ସେମାନେ ୨୨ ସେପ୍ଟେମ୍ବରରେ ଇସ୍ରୋର ବାର୍ତ୍ତା ଗ୍ରହଣ କରିପାରିବେ। ବର୍ତ୍ତମାନ ଇସ୍ରୋ କ୍ରମାଗତ ଭାବରେ ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରୁଛି, କିନ୍ତୁ ସେମାନଙ୍କ ପାଖରୁ କୌଣସି ସଙ୍କେତ ଆସୁନାହିଁ। ତଥାପି, ଉଦ୍ୟମ ଜାରି ରହିଛି।

ଏବିଷୟରେ ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ କହିଛନ୍ତି ଆମେ ବର୍ତ୍ତମାନ ଚିନ୍ତିତ ହେବା ଉଚିତ ନୁହେଁ। ପ୍ରଜ୍ଞାନ ରୋଭର ଏବଂ ବିକ୍ରମ ଲ୍ୟାଣ୍ଡରରେ ଏପରି ଟେକ୍ନୋଲୋଜି ସ୍ଥାପନ କରାଯାଇଛି ଯାହା ସୂର୍ଯ୍ୟ କିରଣରୁ ଶକ୍ତି ପାଇବା ମାତ୍ରେ ସେମାନେ ପୁଣି ସ୍ବୟଂଚାଳିତ ଭାବରେ ଜାଗ୍ରତ ହେବେ। ସେମାନେ ଆପେଆପେ ସକ୍ରିୟ ହୋଇଯିବେ। ବର୍ତ୍ତମାନ ଆମ ପାଖରେ ୧୩-୧୪ ଦିନ ସମୟ ଅଛି ଏବଂ ଆମକୁ ସେମାନଙ୍କ ଉପରେ ନଜର ରଖିବାକୁ ପଡିବ ।

ଯେପର୍ଯ୍ୟନ୍ତ ଚନ୍ଦ୍ରରେ ଦିନ ସମୟ ଅଛି, ଯେକୌଣସି ବେଳେ ଭଲ ଖବର ଆସିପାରେ। ଶିବ ଶକ୍ତି ପଏଣ୍ଟରେ ପୁଣି ଅନ୍ଧାର ହେବା ପୂର୍ବରୁ ପ୍ରଜ୍ଞାନ ରୋଭର ଏବଂ ବିକ୍ରମ ଲ୍ୟାଣ୍ଡର ପୁଣି ଜାଗ୍ରତ ହୋଇପାରନ୍ତି। ତେବେ ସେପ୍ଟେମ୍ବର ୨୨ ରେ ଗୋଟିଏ ଦିନ ପୂର୍ବରୁ ଲ୍ୟାଣ୍ଡର ଏବଂ ରୋଭରକୁ ବାର୍ତ୍ତା ପଠାଯାଇଥିଲା, କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri