ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ବିଜୟଙ୍କ ସହ ବଲିଉଡର ଦମଦାର ଆକ୍ଟର ସଞ୍ଜୟ ଦତ୍ତ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି।
ଫିଲ୍ମ ‘ଲିଓ’ର ଟ୍ରେଲର ଦେଖିବା ପରେ ଏହା ସ୍ପଷ୍ଟ ହୋଇଯାଏ ଯେ ବିଜୟଙ୍କ ଏହି ମୁଭି ଆକ୍ସନ ଏବଂ ଡ୍ରାମାରେ ପରିପୂର୍ଣ୍ଣ। ଏହି ମୁଭିରେ ବିଜୟ ବଲିଉଡର ଭିଲେନ ଅର୍ଥାତ୍‌ ସଞ୍ଜୟ ଦତ୍ତଙ୍କ ସହ ଫାଇଟିଂ କରୁଥିବା ନଜର ଆସିଛନ୍ତି। ସଞ୍ଜୁ ବାବା ମଧ୍ୟ ତାଙ୍କ ଚେହେରା ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଫିଲ୍ମର ଟ୍ରେଲରରେ ଏହି ଦୁଇ ସୁପରଷ୍ଟାର ପରସ୍ପର ସହ ସଂଘର୍ଷ କରୁଥିବା ଦେଖି ପ୍ରଶଂସକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଆହୁରି ବଢିଯାଇଛି। ଟ୍ରେଲରଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବବାଲ କରୁଛି। ଟ୍ରେଲରରେ ଫିଲ୍ମର ଅଭିନେତ୍ରୀ ତ୍ରିଷ୍ଣା କୃଷ୍ଣନଙ୍କ ଝଲକ ଦେଖିବାକୁ ମିଳିଛି। ଯାହା ଖୁବ ଶାନଦାର ଲାଗୁଛି।
ମୁଭି ‘ଲିଓ’ କୁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଇଛନ୍ତି। ଯିଏ ପୂର୍ବରୁ ସାଉଥ ମୁଭି ‘କୈଥୀ’, ‘ବିକ୍ରମ’ ଏବଂ ‘ମାଷ୍ଟର’ ପରି ଦକ୍ଷିଣ ସୁପରହିଟ ଫିଲ୍ମ ଦେଇଛନ୍ତି। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅନୁରାଗ କାଶ୍ୟପ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ, ‘ଲିଓ’ ଏକ ତାମିଲ ମୁଭି। କିନ୍ତୁ ହିନ୍ଦୀ ସହିତ ଏହା ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ ହେଉଛି। ଏହି ମୁଭି ଅକ୍ଟୋବର ୧୯ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।
ସୂଚନା ଅନୁସାରେ ବିଜୟ ଥାଲାପତିଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ୱାରିସୁ’ରେ ଦେଖିବାକୁ ମିଳିଥିଲା। ଅଭିନେତାଙ୍କ ଏହି ଫିଲ୍ମ ମଧ୍ୟ ସୁପରହିଟ ଥିଲା। ଏହାପୂର୍ବରୁ ତାଙ୍କ ମୁଭି ‘ମାଷ୍ଟର’ ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକଶନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri