ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଦବ୍‌ଦବା ଜାହିର କରିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ସେ ଶାହାରୁଖ ଖାନ୍‌ଙ୍କ ‘ଯବାନ୍‌’ରେ ଅଭିନୟ କରି ବାହାବାଃ ସାଉଁଟିଥିଲେ। ଏବେ ପୁଣିଥରେ ତାଙ୍କୁ ବଲିଉଡ୍‌ରୁ ବଡ଼ ଅଫର୍‌ ମିଳିଛି। ନୀତେଶ ତିଓ୍ବାରୀଙ୍କ ଚର୍ଚ୍ଚିତ ରାମାୟଣରେ ସେ ନଜର ଆସିପାରନ୍ତି। ତାଙ୍କୁ ବିଭୀଷଣ ଭୂମିକା ଲାଗି ଆପ୍ରୋଚ୍‌ କରାଯାଇଛି। ଅଭିନେତାଙ୍କୁ ସ୍କ୍ରିପ୍ଟ ବେଶ ଭଲ ଲାଗିଛି। ପାଉଣା ଏବଂ ଅନ୍ୟ କିଛି ବିଷୟକୁ ନେଇ ନିର୍ମାତାଙ୍କ ସହ ସେ ଆଲୋଚନା କରୁଛନ୍ତି। ସବୁକିଛି ଠିକ୍‌ ରହିଲେ ବିଜୟ ଫିଲ୍ମ ସାଇନ୍‌ କରିବେ ବୋଲି କୁହାଯାଉଛି।

रणबीर कपूर की रामायण में विजय सेतुपति बनेंगे विभीषण, पर उनकी इस बात ने सबकी टेंशन बढ़ा दी

କହିରଖୁଛୁ, ନୀତେଶଙ୍କ ‘ରାମାୟଣ’ର ଶୁଟିଂ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇପାରେ। ଫିଲ୍ମରେ ରାବଣ ଭୂମିକାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ନଜର ଆସିବେ। ସେହିଭଳି ଅଭିନେତ୍ରୀ ସାଇ ପଲ୍ଲବୀ ସୀତା, ଅଭିନେତା ରଣବୀର କପୁର ରାମ, ସନ୍ନି ଦେଓଲ ‘ହନୁମାନ’, କୈକେୟୀ ଭୂମିକା ଲାଗି ଲାରା ଦତ୍ତାଙ୍କୁ ଚୟନ କରାଯାଇଛି। ଜୁଲାଇ ମଧ୍ୟରେ ଏହାର ପାର୍ଟ-୧ର ଶୁଟିଂ ଶେଷ ହେବ। ୨୦୨୫ ଦୀପାବଳିରେ ଫିଲ୍ମଟି ରିଲିଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri