ବିଜୟ ନାୟକଙ୍କୁ ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର, ୨।୮(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ସଚିବ(ପ୍ରେସ୍‌) ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୟ ନାୟକ ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ କାର୍ଯ୍ୟରତ ଅଛନ୍ତି। ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ। ୨୦୦୦ରୁ ୨୦୦୨ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଥିଲେ, ବିଜୟ ନାୟକ ସେତେବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ବିଜୟ ନାୟକ ଜଣେ ଭଲ ପ୍ରଶାସକ ସହ ବିଶିଷ୍ଟ ସାହିତି୍ୟକ ଅଟନ୍ତି। ସାହିତ୍ୟ ପତ୍ରିକା ‘କାହାଣୀ’ର ସେ ଗତ ୨୦ବର୍ଷ ହେଲା ସମ୍ପାଦକ ରହି ଆସିଛନ୍ତି। ଭଦ୍ରକ କଲେଜ ଛାତ୍ରସଂଘ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସେ ସଭାପତି ଥିଲେ।