ବିଜୟ ଫାଷ୍ଟଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୧।୯: ଭାରତର ଅଗ୍ରଣୀ ହାତଘଣ୍ଟା ଓ ଆସେସୋରି ବ୍ରାଣ୍ଡ୍‌ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ବ୍ରାଣ୍ଡ୍‌ ଅଭିଯାନ ‘ବି ବୋଥ୍‌’ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ଚିନ୍ତାଧାରା ଓ ବିଶ୍ୱାସ ଏବଂ ବ୍ୟବହାରକୁ ଏହି ଅଭିଯାନ ପାଳନ କରୁଛି। ବି ବୋଥ୍‌ ଜରିଆରେ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଫ୍ୟାଶନ ଜରିଆରେ ଯୁବବର୍ଗଙ୍କୁ ପ୍ରଦର୍ଶନ କରିବାର ନୂତନ ଯୁଗକୁ ସ୍ବାଗତ କରାଯାଇଛି। ଏହି ଅଭିଯାନରେ ଦେଶର ଲୋକପ୍ରିୟ ଯୁବ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କୁ ଫାଷ୍ଟ୍‌ଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଗ୍ରହଣ କରାଯାଇଛି।

ଏହି ଅଭିଯାନ ଜରିଆରେ ଯୁବବର୍ଗଙ୍କ ଜୀବନଶୈଳୀକୁ ସ୍ବତନ୍ତ୍ର ଫ୍ୟାଶନ ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏହି ଅଭିଯାନରେ ୧୫ ସ୍ବତନ୍ତ୍ର ହାତଘଣ୍ଟାର ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏହାର ଡିଜାଇନ ବେଶ୍‌ ଆକର୍ଷଣୀୟ । ଏହି ହାତଘଣ୍ଟାଗୁଡ଼ିକ ମଧ୍ୟରେ ପୁରୁଷମାନଙ୍କ ଲାଗି ସ୍କେଲେଟାଲ୍‌ ଅଟୋମେଟିକ୍‌, କ୍ରୋନୋଗ୍ରାଫ୍‌ ଏବଂ ମଲ୍‌ଟିଫଙ୍କସନ ଡିଜାଇନ୍‌ ଓ ଯୁବତୀମାନଙ୍କ ଲାଗି ରୋଜ୍‌ ଗୋଲ୍ଡ ସହିତ ସ୍ବତନ୍ତ୍ର ବ୍ରେସ୍‌ଲେଟ୍‌ ଡିଜାଇନ୍‌ ରହିଛି। ଫାଷ୍ଟ୍‌ଟ୍ରାକ୍‌ର ବି ବୋଥ୍‌ ସମ୍ଭାରରେ ଥିବା ହାତଘଣ୍ଟାର ମୂଲ୍ୟ ୨୯୯୫ ଟଙ୍କାରୁ ୯୯୯୫ ଟଙ୍କା ମଧ୍ୟରେ ରହିଛି।

ଏ ସମ୍ପର୍କରେ ଫାଷ୍ଟ୍‌ଟ୍ରାକ୍‌ର ମାର୍କେଟିଂ  ମୁଖ୍ୟ ଅଜୟ ମୌର୍ଯ୍ୟ କହିଛନ୍ତି, ବି ବୋଥ୍‌ ଯୁବବର୍ଗଙ୍କ ଜୀବନଶୈଳୀର ବିଷୟକୁ ପ୍ରଶଂସା କରିବା ସହ ବ୍ରାଣ୍ଡ୍‌କୁ ସେମାନଙ୍କ ଭାବ ପ୍ରକାଶର ଅଂଶରେ ପରିଣତ କରିଛି। ଏହି ଧାରା ସୃଷ୍ଟିକାରୀ ପ୍ରତିଭାବାନ ବିଜୟ ଦେବରକୋଣ୍ଡାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ବିଜୟ କହିଛନ୍ତି, ଏହି ବ୍ରାଣ୍ଡ୍‌ ସବୁବେଳେ ଯୁବବର୍ଗଙ୍କ ବିଷୟରେ କିଛି ଚମତ୍କାର ବିଷୟକୁ ଗ୍ରହଣ କରିଥାଏ ଏବଂ ଏହି ଅଭିଯାନ ଜରିଆରେ ସେହି ଧାରାକୁ ବ୍ରାଣ୍ଡ୍‌ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri