Posted inଖେଳ

ବିଜୟ ହଜାରେ ଟ୍ରଫି, ବର୍ଷା କାରଣରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୨୫ା୧୧: ସର୍ବଭାରତୀୟ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ପ୍ରଥମ ପରାଜୟ। ବର୍ଷା କାରଣରୁ ଭିଜେଡି(ଭି. ଜୟଦେବନ ସିଷ୍ଟମ)ରେ ଫଳାଫଳ ନିର୍ଣ୍ଣୟ ହୋଇଥିବା ବେଳେ ରେଲଓ୍ବେ ବିପକ୍ଷ ମ୍ୟାଚ୍‌କୁ ଦଳ ୨୪ ରନ୍‌ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରେଲଓ୍ବେ ୪୦ ଓଭରରେ ୧୯୩ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୨୦.୨ ଓଭରରେ ୪ ଉଇକେଟ ହରାଇ ୬୭ ରନ୍‌ କରିଥିବା ବେଳେ ବର୍ଷା ହୋଇଥିଲା। ଭିଜେଡି ନିୟମ ଅନୁସାରେ ଓଡ଼ିଶା ୨୪ ରନ୍‌ ପଛରେ ରହି ମ୍ୟାଚ ହାରିଯାଇଥିଲା।

ଆଲୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ରେଲ୍‌ଓ୍ବେ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତଙ୍କ ଘାତକ ବୋଲିଂ ବଳରେ ଦଳ ୧୯୩ ରନ୍‌ରେ ଅଲଆଉଟ ହୋଇଥିଲା। ରେଲଓ୍ବେ ୭୩ ରନ୍‌ରେ ୬ ଉଇକେଟ ହରାଇଥିଲେ ମଧ୍ୟ ପ୍ରଥମ ସିଂଙ୍କ ୫୦ ଓ କର୍ନ ଶର୍ମାଙ୍କ ୭୨ ରନ୍‌ ବଳରେ ଦଳ ଲଢୁଆ ୧୯୩ ରନ୍‌ କରିଥିଲା। କର୍ନ ଶର୍ମା ୬୭ ବଲ୍‌ ଖେଳି ୫ ଚୌକା ଓ ୬ ଛକା ମାରିଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୪ ଓ ରାଜେଶ ମହାନ୍ତି ୩ ଉଇକେଟ ନେଇଥିଲେ।

ପ୍ରଥମ ମ୍ୟାଚ୍‌ ପରି ଓଡ଼ିଶାର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା। ଦଳର ଟପ୍‌ ୪ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଅନୁରାଗ ଷଡଙ୍ଗୀ(୯), ଶାନ୍ତନୁ ମିଶ୍ର(୨), ଶୁଭ୍ରାଂଶୁ ସେନାପତି(୪) ଓ କାର୍ତ୍ତିକ ବିଶ୍ୱାଳ(୬) ବିଫଳ ହୋଇଥିଲେ। ୧୭ ରନ୍‌ରେ ଦଳ ୩ ଉଇକେଟ ହରାଇଥିବା ବେଳେ ୬୩ ରନ୍‌ରେ ଚତୁର୍ଥ ଉଇକେଟ ହରାଇଥିଲା। ମ୍ୟାଚ୍‌ର ୨୦.୨ ଓଭରରେ ବର୍ଷା ହେବାରୁ ଓଡ଼ିଶା ୨୪ ରନ୍‌ ପଛରେ ରହି ଯାଇଥିଲା। ଅଧିନାୟକ ବିପ୍ଲବ ସାମନ୍ତରାୟ ଅପରାଜିତ ୪୧ ରନ୍‌ ସ୍କୋର କରିଥିଲେ। ରେଲଓ୍ବେ ପକ୍ଷରୁ ରାହୁଲ ଶର୍ମା ୨ ଉଇକେଟ ନେଇଥିବା ବେଳେ ଯୁବରାଜ ସିଂ ଓ ଆକାଶ ପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ରେଲଓ୍ବେ ୪୦ ଓଭରରେ ୧୯୩/୧୦(କର୍ନ ଶର୍ମା-୭୨, ପ୍ରଥମ ସିଂ-୫୦, ଦେବବ୍ରତ ପ୍ରଧାନ-୪/୩୫, ରାଜେଶ ମହାନ୍ତି-୩/୩୫, ପ୍ରୟାସ ସିଂ-୨/୪୦)।
ଓଡ଼ିଶା ୨୦.୨ ଓଭରରେ ୬୭/୪(ବିପ୍ଲବ ସାମନ୍ତରାୟ-୪୧*, ରାହୁଲ ଶର୍ମା-୨/୧୧, ଯୁବରାଜ ସିଂ-୧/୨୦, ଆକାଶ ପାଣ୍ଡେ-୧/୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri