Posted inଖେଳ

ବିଜୟ ହଜାରେ ଟ୍ରଫି, ବର୍ଷା କାରଣରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୨୫ା୧୧: ସର୍ବଭାରତୀୟ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ପ୍ରଥମ ପରାଜୟ। ବର୍ଷା କାରଣରୁ ଭିଜେଡି(ଭି. ଜୟଦେବନ ସିଷ୍ଟମ)ରେ ଫଳାଫଳ ନିର୍ଣ୍ଣୟ ହୋଇଥିବା ବେଳେ ରେଲଓ୍ବେ ବିପକ୍ଷ ମ୍ୟାଚ୍‌କୁ ଦଳ ୨୪ ରନ୍‌ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରେଲଓ୍ବେ ୪୦ ଓଭରରେ ୧୯୩ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୨୦.୨ ଓଭରରେ ୪ ଉଇକେଟ ହରାଇ ୬୭ ରନ୍‌ କରିଥିବା ବେଳେ ବର୍ଷା ହୋଇଥିଲା। ଭିଜେଡି ନିୟମ ଅନୁସାରେ ଓଡ଼ିଶା ୨୪ ରନ୍‌ ପଛରେ ରହି ମ୍ୟାଚ ହାରିଯାଇଥିଲା।

ଆଲୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ରେଲ୍‌ଓ୍ବେ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତଙ୍କ ଘାତକ ବୋଲିଂ ବଳରେ ଦଳ ୧୯୩ ରନ୍‌ରେ ଅଲଆଉଟ ହୋଇଥିଲା। ରେଲଓ୍ବେ ୭୩ ରନ୍‌ରେ ୬ ଉଇକେଟ ହରାଇଥିଲେ ମଧ୍ୟ ପ୍ରଥମ ସିଂଙ୍କ ୫୦ ଓ କର୍ନ ଶର୍ମାଙ୍କ ୭୨ ରନ୍‌ ବଳରେ ଦଳ ଲଢୁଆ ୧୯୩ ରନ୍‌ କରିଥିଲା। କର୍ନ ଶର୍ମା ୬୭ ବଲ୍‌ ଖେଳି ୫ ଚୌକା ଓ ୬ ଛକା ମାରିଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୪ ଓ ରାଜେଶ ମହାନ୍ତି ୩ ଉଇକେଟ ନେଇଥିଲେ।

ପ୍ରଥମ ମ୍ୟାଚ୍‌ ପରି ଓଡ଼ିଶାର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା। ଦଳର ଟପ୍‌ ୪ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଅନୁରାଗ ଷଡଙ୍ଗୀ(୯), ଶାନ୍ତନୁ ମିଶ୍ର(୨), ଶୁଭ୍ରାଂଶୁ ସେନାପତି(୪) ଓ କାର୍ତ୍ତିକ ବିଶ୍ୱାଳ(୬) ବିଫଳ ହୋଇଥିଲେ। ୧୭ ରନ୍‌ରେ ଦଳ ୩ ଉଇକେଟ ହରାଇଥିବା ବେଳେ ୬୩ ରନ୍‌ରେ ଚତୁର୍ଥ ଉଇକେଟ ହରାଇଥିଲା। ମ୍ୟାଚ୍‌ର ୨୦.୨ ଓଭରରେ ବର୍ଷା ହେବାରୁ ଓଡ଼ିଶା ୨୪ ରନ୍‌ ପଛରେ ରହି ଯାଇଥିଲା। ଅଧିନାୟକ ବିପ୍ଲବ ସାମନ୍ତରାୟ ଅପରାଜିତ ୪୧ ରନ୍‌ ସ୍କୋର କରିଥିଲେ। ରେଲଓ୍ବେ ପକ୍ଷରୁ ରାହୁଲ ଶର୍ମା ୨ ଉଇକେଟ ନେଇଥିବା ବେଳେ ଯୁବରାଜ ସିଂ ଓ ଆକାଶ ପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ରେଲଓ୍ବେ ୪୦ ଓଭରରେ ୧୯୩/୧୦(କର୍ନ ଶର୍ମା-୭୨, ପ୍ରଥମ ସିଂ-୫୦, ଦେବବ୍ରତ ପ୍ରଧାନ-୪/୩୫, ରାଜେଶ ମହାନ୍ତି-୩/୩୫, ପ୍ରୟାସ ସିଂ-୨/୪୦)।
ଓଡ଼ିଶା ୨୦.୨ ଓଭରରେ ୬୭/୪(ବିପ୍ଲବ ସାମନ୍ତରାୟ-୪୧*, ରାହୁଲ ଶର୍ମା-୨/୧୧, ଯୁବରାଜ ସିଂ-୧/୨୦, ଆକାଶ ପାଣ୍ଡେ-୧/୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri