ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ ଏବଂ କର୍ମକର୍ତ୍ତାଙ୍କୁ ଯାତ୍ରା କମିଟି ପକ୍ଷରୁ ଚିଠି ହୋଇଛି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ପାଇଁ ଏହି ଯାତ୍ରା ନୂଆ ଅନୁଭୂତି ଆଣିବ। ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ ମାସରେ ଗତ ଯାତ୍ରା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପ୍ରିଲ ମାସ ଶେଷ ସପ୍ତାହରୁ ମେ ମାସ ମଧ୍ୟରେ ଯାତ୍ରା ହେବା ଯୋଜନା ଅଛି। ଏଥିସହ ମାର୍ଚ୍ଚ ମାସରେ ଶୁଭଖୁଣ୍ଟି ସ୍ଥାପନ ହେବା ଯୋଜନା ରହିଛି। ଆଜି ଚୁଡାନ୍ତ ନିଷ୍ପତ୍ତି ହେବ ଯାତ୍ରା କେବେ ଏବଂ କେଉଁଭଳି ଭାବେ ହେବ । ଏଥିସହ ବୈଠକରେ ନୂଆଁ କର୍ମକର୍ତ୍ତା କିଛି ଯୋଡ଼ି ହେବାର ସମ୍ଭାବନା ରହିଛି।

ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ଏହି ସମୟରେ ରାସ୍ତାର ଉଭୟ ପାଶର୍‌ବରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଦେବୀ ଭଞ୍ଜନଗର ଶନି ମନ୍ଦିର ଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସଂନ୍ଧ୍ୟାରେ ଦେବୀ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଅଣାଯିବ। ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ। ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ। ୩ ବର୍ଷ ପରେ ପୁଣି ଯାତ୍ରା ହେଉଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri