ସମ୍ବଲପୁର,୧୯।୪: ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚାଷଜମିର କିସମ ପରିବର୍ତ୍ତନ କରିବାକୁ ୬ ହଜାର ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଛି।