ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୧୧।୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରେମୁଣା ତହସିଲଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଏକ କାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ
ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ  ନିୟୋଜିତ ଅଛନ୍ତି।

ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଫ୍ଲାଟ୍ ନମ୍ବର ସି୬୦୪, ତାମାରିନ୍ ଟେରାସ୍, ଶୈଳଶ୍ରୀ ବିହାର, ଭୁବନେଶ୍ୱର

ଭୁବନେଶ୍ୱରର ରୁଦ୍ରପୁରର ଆସୋଟେକ୍ ପ୍ରାଇଡ୍‌ରେ ଥିବା ତାଙ୍କ ଫ୍ଲାଟ୍

କୁରୁଡା, ପିଏସ୍-ସଦର, ଜିଲ୍ଲା-ବାଲସୋରରେ ଅବସ୍ଥିତ ଦୁଇ ମହଲା କୋଠା।

ସୋରୋ ଆଇନ୍ରିରେ ଥିବା ପତିଙ୍କ ପୈତୃକ ଘର

ପତିଙ୍କ ତହସିଲ କାର୍ଯ୍ୟାଳୟ

ବାଲେଶ୍ୱରରେ ଥିବା ବାସଭବନ।

ପଞ୍ଚସଖା ନଗର, ଡୁମଡୁମା, ଭୁବନେଶ୍ୱରରେ ଅବସ୍ଥିତ ସମ୍ପର୍କୀୟଙ୍କ ଘର ମଧ୍ୟ ଚଢ଼ାଉ ଜାରି ରହିଛି।