ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସୁବ୍ରତ ପ୍ରାୟ ୨.୩୮ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ କେସ ନଂ ୦୬/୨୦୨୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ୧୪ ଜଣ ଏଏସଆଇଙ୍କ ନେତୃତ୍ୱରେ ମୋଟ ୫ଟି ସ୍ଥାନରେ ତଲାସି ଜାରି ରହିଛି।

ଅନୁଗୋଳର ହାକିମପଡ଼ାସ୍ଥିତ ସୁବ୍ରତଙ୍କ ତିନି ମହଲା ବିଶିଷ୍ଟ ବାସଭବନ, ଅନୁଗୋଳ (ନାଲକୋ ନଗର) ବୋଣ୍ଡା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର। ଢେଙ୍କାନାଳର ହିନ୍ଦୋଳ ବାଉଁଶପୋଖରୀ ସ୍ଥିତ ପୈତୃକ ବାସଭବନ। ଭୁବନେଶ୍ୱରରେ ଶ୍ରୀବିହାରସ୍ଥିତ ସମ୍ପର୍କୀୟ ଭାଇଙ୍କ ଭଡ଼ାଘର। ଅନୁଗୋଳ ସିଡିଏମଓ କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠରେ ମଧ୍ୟ ପୋଲିସ ଛାନ୍‌ଭିନ୍‌ କରିଛି।

ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ଏବଂ ଅଧିକ ତଥ୍ୟ ମିଳିବା ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ଗାନ୍ଧିଛକରେ ଉଡୁଛି ଛିଣ୍ଡା ତ୍ରିରଙ୍ଗା: ନୂଆ ଲଗାଇବାକୁ ଦାବି, ଦେଖନ୍ତୁ Video

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଝଡବତାସରେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri