ଯନ୍ତ୍ରୀଙ୍କ କୋଟି କେଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ଯନ୍ତ୍ରୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। କୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାର୍ଟ ଓ ୧୨ଟି ଜମି, ୧ କୋଟି ୨୦ ଲକ୍ଷ ଇନ୍‌ସୁରାନ୍ସ ଓ ବ୍ୟାଙ୍କ୍‌ ଡିପୋଜିଟ୍‌, ନଗଦ ୨୬ ଲକ୍ଷ ଟଙ୍କା,କେଜିଏ ସୁନା ଅଳଙ୍କାର ଠାବ ହୋଇଛି।

ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।