ଲାଞ୍ଚ ନେଉଥିବାବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମାଡିବସିଲା ଭିଜିଲାନ୍ସ , ମାତ୍ର ଏତିକି ଟଙ୍କା ପାଇଁ…

ସିମୁଳିଆ,୨୨।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଜନମଙ୍ଗଳ ବିଭାଗୀୟ ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନ ସୋମବାର ଅପରାହ୍ନରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।
ସୂଚନା ଯେ, ଭଦ୍ରକ ଜିଲା ତିହି ଥାନା ନୂଆନନ୍ଦ ଅଞ୍ଚଳର ନରେଶ ଚନ୍ଦ୍ର ମୁଦୁଲି ନାମକ ଜଣେ ଯୁବକ ସିମୁଳିଆ ବ୍ଲକ ଅଣ୍ଡରାଇ ଅଞ୍ଚଳର ସଙ୍ଗିତା ଜେନା ନାମକ ଜଣେ ହରିଜନ (ଏସି କାଷ୍ଟ) ଜାତିର ଯୁବତୀଙ୍କୁ ଗତ ୩୦ା୮ା୨୫ରେ ବିବାହ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଜଣେ ସାଧାରଣ ବର୍ଗର ଯୁବକ ସ୍ବଇଚ୍ଛାରେ ଅନ୍ୟ ଜାତିରେ ବିବାହ କଲେ ସରକାରୀ ପ୍ରୋତ୍ସାହନ ପାଇ ପାରିବେ । ତେବେ ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ଡାଟା ଏଣ୍ଟ୍ରି ଅପରେଟର ତାଙ୍କୁ ଲାଞ୍ଚ ମାଗିବା ସହିତ ଆଜିକାଲି କହି ସମୟ ଗଡି ଚାଲିଥିଲେ । ତେବେ ଏ ସମ୍ପର୍କରେ ନରେଶ ଚନ୍ଦ୍ର ଭିଜିଲାନ୍ସ ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେଣନେଣ ମୁଲଚାଲ ଛିଣ୍ଡିବା ପରେ ନରେଶ ୫ହଜାର ଟଙ୍କା ତାଙ୍କୁ ବ୍ଲକ ପରିସରରେ ପ୍ରଦାନ କରିବା ପରେ ଭିଜିଲାନ୍ସ ଇନିସପେକ୍ଟର ଜସ୍ମିତା ପୋଇଙ୍କ ସମେତ ୧୧ଜଣିଆ ଟିମ ମାଡି ବସିଥିଲା ।

Share
Tags: odisha