ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତୁରୁଡ଼ିହି ପଞ୍ଚାୟତରେ ୬୫ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ପ୍ରଥମେ ସେପ୍ଟେମ୍ବରରେ କୁନ୍ଦେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ପିଇଓଙ୍କୁ ଜିଲାପାଳ ନିଲମ୍ବନ କରିଥିଲେ। ଏବେ ଭିଜିଲାନ୍ସ
ଆଉ ଦୁଇ ପଞ୍ଚାୟତର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ସମ୍ପୃକ୍ତ ନିଲମ୍ବିତ ପିଇଓଙ୍କୁ ଉଠାଇ ନେଲା ନବରଙ୍ଗପୁର ଭିଜିଲାନ୍ସ। କୋରାପୁଟ ଜିଲା ଜୟପୁରସ୍ଥିତ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଚଳାଇଛି।

ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ପରଚିପାରା ଓ କଚରାପାରା-୩ ପଞ୍ଚାୟତର ନିଲମ୍ବିତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ ) ସୁରେନ୍ଦ୍ର ଭତ୍ରାଙ୍କୁ ଗତକାଲି ରାତିରେ ନବରଙ୍ଗପୁର ସହରରୁ ଭିଜିଲାନ୍ସ ଉଠାଇନେଇଛି। ସୁରେନ୍ଦ୍ର ପରଚିପାରା ପଞ୍ଚାୟତରେ କାର୍ଯ୍ୟରତ ଥିବା ସମୟରେ ଚାଉଳ, ଉନ୍ନୟନମୂଳକ କାର୍ଯ୍ୟ, ପେନ୍‌ସନ୍‌, ସିଏଫ୍‌ସି, ଏସ୍‌ଏଫ୍‌ସି ପାଣ୍ଠିରୁ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ କରିଥିବା ବେଳେ କଚରାପାରା-୩ ପଞ୍ଚାୟତର ମଧ୍ୟ ସେହିଭଳି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଥିଲା। ସେହି ସମୟରେ ନବରଙ୍ଗପୁର ଭିଜିଲାନ୍ସ ନିଜପଟୁ ୨ଟି ମାମଲା (କେସ୍‌ ନଂ- ୨୭ଓ ୨୮/୪୪)ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ରାତିରେ ନବରଙ୍ଗପୁର ସହରରୁ ତାଙ୍କୁ ଭିଜିଲାନ୍ସ ଉଠାଇନେଇଛି l
ପୂର୍ବରୁ ସେ ଉକ୍ତ ବ୍ଲକର ତୁରୁଡିହି ପଞ୍ଚାୟତର ୬୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ କରିଥିବା ନେଇ ରାଇଘର ବିଡିଓ ଲକ୍ଷ୍ମୀସାଗର ମାଝୀ କୁନ୍ଦେଇ ଥାନାରେ ଏତଲା ଦେଇ ବିଭାଗୀୟ ତଦନ୍ତ କରିଥିଲେ। ସେହି ତଦନ୍ତ ଆଧାରରେ ନବରଙ୍ଗପୁର ଜିଲାପାଳ ସୁରେନ୍ଦ୍ରଙ୍କୁ ନିଲମ୍ବନ କରିଥିଲେ। ପିଇଓ ସୁରେନ୍ଦ୍ର ଭତ୍ରା ୩ଟି ପଞ୍ଚାୟତ (ପରଚିପାରା, କଚରାପାରା ଓ ତୁରୁଡ଼ିହି)ର ଦାୟିତ୍ୱ ଥିବା ବେଳେ ୧ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସେ କୁନ୍ଦେଇ ଥାନା ମାମଲାକୁ ନେଇ ସର୍ତ୍ତମୂଳକ ଜାମିନରେ ଆସି କାର୍ଯ୍ୟରେ ଯୋଗ ନ ଦେବା ସହ କୌଣସି ସହଯୋଗ ମଧ୍ୟ କରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri