ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି। ମଙ୍ଗଳବାର ଭିଜିଲାନ୍ସ ବିଶ୍ୱନାଥଙ୍କର ଦୁଇଟି ଦୁଇ ମହଲା କୋଠା ଏବଂ ଏକ ତିନି ମହଲା ବିଶିଷ୍ଟ କୋଠାରେ ଚଢ଼ାଉ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅତିରିକ୍ତ ଅଧୀକ୍ଷକ ପୋଲିସ୍ (ଏସପି), ଦୁଇ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୋଲିସ୍ (ଡିଏସପି), ଆଠ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ୬ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) କୁ ନେଇ ଭିଜିଲାନ୍ସର ଏକ ଟିମ୍ ଗଞ୍ଜାମ, ବ୍ରହ୍ମପୁର ଏବଂ ଜୟପୁର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ।

ଭିଜିଲାନ୍ସ ଅଧିକାରୀଙ୍କ କହିବାନୁସାରେ, ଜୟପୁର ଏବଂ ଗଂଜାମରେ ଦୁଇ ମହଲା କୋଠା ଏବଂ ଏକ ତିନି ମହଲା କୋଠା (୭୨୦୦ ବର୍ଗଫୁଟ) ଚିହ୍ନଟ ହୋଇଛି। ଏହା ବ୍ୟତୀତ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଉପରେ ଚଢ଼ାଉ ବେଳେ ଏପର୍ୟ୍ୟନ୍ତ ୧୮ ଟି ପ୍ଲଟ୍ ଏବଂ ୮୫୦ ଗ୍ରାମ ସୁନା ମଧ୍ୟ ମିଳିଛି।

ସେହିପରି ୧୮ ଟି ପ୍ଲଟ୍ ଭୁବନେଶ୍ୱରର ୬ ଟି, ଜୟପୁର ସହରରେ ୧, ବ୍ରହ୍ମପୁର ସହରରେ ୧ ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦରେ ୧୦ ଟି ପ୍ଲଟ୍ ରହିଛି। ଏହାବାଦ ବ୍ୟାଙ୍କଜମା, ବୀମା, ଡାକ ଜମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିଶ୍ୱନାଥ ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri