ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର (ଭାଇଟାଲ ଷ୍ଟାର୍ଟସ୍ଟିକ) କ୍ଲର୍କ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ସନ୍ଧ୍ୟା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ନିକେଶଜୋର ଗ୍ରାମର ବବ୍ଲୁ ନାଏକ, ଅର୍ଜୁନ ନାଏକ, ଘାସିରାମ ନାଏକ ଏ ତିନି ଜଣଙ୍କ ଠାରୁ ଜନ୍ମ ପ୍ରମାଣ ପତ୍ର କରେଇ ଦେବା ପାଇଁ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପରେ ଏହି ତିନିଜଣ ଜିଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଆଗରୁ ବିଛାଇ ଥିଲା ଜାଲରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ରଙ୍ଗ ବୋଲା ଟଙ୍କା ସହ ତାଙ୍କ ‘ଫୋନ ପେ’ରେ ଅନେକ ଅଭିଭାବକଙ୍କ ଠାରୁ ବେଆଇନ୍ ରେ ଟଙ୍କା ନେଇଥିବା ପ୍ରମାଣ ପାଇଁ ତାଙ୍କୁ କାବୁ କରିଥିଲେ।

ପ୍ରକାଶଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ବର୍ତ୍ତମାନ୍ ସେ ଆଇନ୍ ଅନୁଯାୟୀ ଦଣ୍ଡିତ ହୋଇଥିବା ବେଳେ ମହାରଣାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। ଅଧିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ନିରୀହ ଲୋକଙ୍କ ଠାରୁ ଏମିତି ଅଫିସର୍ ବାବୁ ମାନେ ସରକାରୀ କାମ ଯାହାକି ସମ୍ପୂର୍ଣ୍ଣ ମାଗଣା କରିବା କଥା ହେଲେ ଲୁଟିବାରେ ଲାଗିଛନ୍ତି। ଏମିତି କି ଏହି ଲାଞ୍ଚୁଆ ଅଧିକାରୀଙ୍କୁ କୌଣସି ବଡ଼ ଭି.ଭି.ଆଇ.ପି ଙ୍କୁ ଜଗିଲା ଭଳି ଘଣ୍ଟା ଘଣ୍ଟା ଜଗିବାକୁ ପଡେ। ବାବୁ ଜଣକ ସପ୍ତାହକୁ ଦୁଇ ଦିନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସି ତରବରିଆ କାମ କରି ପଳାଇଥାନ୍ତି। ଥୁଆମୂଳ ରାମପୁର ବ୍ଲକ୍ ର ଭୌଗଳିକ ସ୍ଥିତି ପାଖାପାଖି ୧୫୦ କି.ମି ରୁ ୨୦୦ କି.ମି ଥିବାରୁ ଅନେକ ଲୋକ ତାଙ୍କ ଛୁଆଙ୍କ ପ୍ରମାଣ ପତ୍ର କିମ୍ବା ମୃତକଙ୍କ ପରିବାର ମୃତ୍ୟୁ ପ୍ରମାଣ ପତ୍ର କରାଇବା ପାଇଁ ଆସିଥାନ୍ତି ହେଲେ ଅଧିକାଂଶ ସମୟ ସେମାନଙ୍କ କାମ ନ ହୋଇପାରିଲେ ବହୁତ ହଇରାଣ ହରକତ ହୋଇ ଘରକୁ ଫେରି ଥାଆନ୍ତି। ଚଡାଉ ସମୟରେ କଳାହାଣ୍ଡି ଜିଲା ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଅୟଂଦଙ୍କ ନେତୃତ୍ୱ ଏକ ଟିମ୍ ସାମିଲ ଥିଲେ ସେଥିରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏ ଏସ ଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର ୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri