ଓଜିବି ପକ୍ଷରୁ ସତର୍କତା ଜାଗରଣ ସପ୍ତାହ

ଭୁବନେଶ୍ୱର,୩।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ପକ୍ଷରୁ ‘ସତର୍କତା ଜାଗରଣ ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏପରିକି ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ(କର୍ମଶାଳା)ରେ ଯୋଗଦେଇ ବ୍ୟାଙ୍କର ଅଧ୍ୟକ୍ଷ ମୋହନ.ଏମ୍‌ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ସଚ୍ଚୋଟତାର ସଂକଳ୍ପ ପାଠ କରାଇଥିଲେ।

ବିଶେଷକରି ‘ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ’ର ବାର୍ତ୍ତା ନେଇ ଆୟୋଜିତ ଉକ୍ତ କର୍ମଶାଳାରେ ମୋହନ ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ଭ୍ରଷ୍ଟାଚାର ବିରୋଧରେ ଅଙ୍କୁଶ ଲଗାଇବା ସହ ବ୍ୟାଙ୍କ, ରାଷ୍ଟ୍ର ତଥା ସମାଜର ବିକାଶରେ ଭାଗୀଦାର ହେବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସେହିଭଳି ଓଜିବିର ମହାପ୍ରବନ୍ଧକ ବ୍ରଜମୋହନ ଦାଶ ଉକ୍ତ ସଭାରେ ସଭାପତିତ୍ୱକରି ଭ୍ରଷ୍ଟାଚାର ନିବାରଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସତର୍କତା ବିଭାଗର ବରିଷ୍ଠ ପ୍ରବନ୍ଧକ ଅଲେଖ ପ୍ରସାଦ ବେହେରା ସଭା ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରୀୟ ସତର୍କତା ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ସତର୍କତା ସପ୍ତାହ ପାଳନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମ ୩୧ ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ପାଳନ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri