କନିଷ୍ଠ କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୧୦ା୧୨: ଭୁବନେଶ୍ୱର ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍‌ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ କିରାଣି (ଜୁନିୟର୍‌ କ୍ଲର୍କ) ଦେବଯାନୀ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏପରିକି ଭିଜିଲାନ୍ସ ପକ୍ଷରୁ ଦେବଯାନୀଙ୍କ ଭୁବନେଶ୍ୱର ଓଲ୍‌ଡ ଟାଉନସ୍ଥିତ ବାସଭବନ ଓ ସବ୍‌ ରେଜିଷ୍ଟ୍ରାର ଅଫିସରେ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ଅଫିସରୁ ୧୫ ଲକ୍ଷ ୮ହଜାର ୫୫୦ ନଗଦ ଟଙ୍କା ଠାବ ହୋଇଥିଲା। ସବ୍‌ ରେଜିଷ୍ଟ୍ରାର୍‌ ଅଫିସରୁ ଏତେ ପରିମାଣର ଟଙ୍କା ଠାବ ହେବାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ମଚାରୀମାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଟଙ୍କାର ଉତ୍ସ ଖୋଜିବାରେ ସହଯୋଗ କରିବାକୁ କଟକସ୍ଥିତ ନିବନ୍ଧକ ମହାନିରୀକ୍ଷକ (ଆଇଜିଆର୍‌)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଡକାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପୈତୃକ ଜମିର ଅଂଶ (ସବ୍‌ ପ୍ଲଟ୍‌) ବିକ୍ରି ସମ୍ପର୍କିତ କାଗଜପତ୍ର (ଆର୍‌ଏସ୍‌ଡି) କରିବାକୁ ସବ୍‌ ରେଜିଷ୍ଟ୍ରାର୍‌ ଅଫିସରେ ଆବେଦନ କରିଥିଲେ। ଏହି କାମ ପାଇଁ ଜମି ମାଲିକଙ୍କ ବ୍ୟକ୍ତିଗତ ଓକିଲଙ୍କୁ ଦେବଯାନୀ ଲାଞ୍ଚ ମାଗି ଥିଲେ। ଲାଞ୍ଚ ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ଦେବଯାନୀ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏନେଇ ଆଇନଜୀବୀ ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ଏନେଇ ଏକ ମାମଲା(ନଂ.୨୬/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏଥିସହ ଦେବଯାନୀଙ୍କୁ ଧରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ସୋମବାର ଅପରାହ୍ନରେ ଅଭିଯୋଗକାରୀଙ୍କଠୁ ଦେବଜାନୀ ଅଫିସରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ। ତେବେ ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକୃତ ସମ୍ପର୍କିତ ଷ୍ଟାମ୍ପ୍‌ ଡ୍ୟୁଟି ଆଦିର ଟଙ୍କା ୩ ଦିନ ଭିତରେ ଜମା କରିବାର ପ୍ରାବଧାନ ରହିଛି। ଠାବ ହୋଇଥିବା ଟଙ୍କା ବେଆଇନ ନା ଏଥିରେ କିଛି ସରକାରୀ ଟଙ୍କା ରହିଛି ସେନେଇ ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri