ବିଦ୍ୟାଙ୍କ ମତ

ମୁମ୍ବାଇ: ବଲିଉଡ୍ ନାୟିକା ବିଦ୍ୟା ବଲାନ ସବୁଠାରୁ ନିଆରା ବୋଲି କୁହାଯାଏ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ନିଜର କିଛି ପର୍ସନାଲ ଅନୁଭୁତି ଶେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ନିଜ କ୍ୟାରିୟର ବ୍ୟତୀତ ନିଜ ପର୍ସନାଲ ଲାଇଫକୁ ନେଇ ରହିଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ନିଜ ବୈବାହିକ ଜୀବନକୁ ନେଇ ଯାହାସବୁ କହିଛନ୍ତି ତାହା ଏବେ ଚର୍ଚ୍ଚାର ପରିସରକୁ ଚାଲି ଆସିଛି । ସେ କହିଛନ୍ତି ଜୀବନରେ ନିଜ ପାର୍ଟନରଙ୍କୁ କେବେ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ନୁହେଁ । ଏମିତି କଲେ କୁଆଡେ ବୈବାହିକ ଜୀବନର ଖୁସି କମ୍ ହୋଇଯାଇଥାଏ । ସେ କହିଛନ୍ତି ବିବାହ ପରେ ଆପଣ ଯେଉଁ ବ୍ୟକ୍ତି ସହ ଜୀବନ ଅତିବାହିତ କରିବେ ତା’ସହ ଆପଣ ବଡ ହୋଇ ନାହାନ୍ତି । ଏହାଠିକ୍ ଯେ ସେହି ବ୍ୟକ୍ତିଙ୍କୁ ହାଲୁକା ଭାବେ ନିଆଯାଇପାରେ । ହେଲେ ଏହା ଖୁବ୍ ଭୟାନକ ବୋଲି ସେ କହିଛନ୍ତି । ତେବେ ବିବାହର ୮ ବର୍ଷ ମଧ୍ୟରେ ମୁଁ ଯାହା ଦେଖିଛି ସାମ୍ନା ଲୋକଙ୍କୁ ଏତେ ହାଲ୍‌କା ନେବା ଆଦୌ ଠିକ୍ ନୁହେଁ । ଏବେ ସୋସିଆଲ ମିଡିଆରେ ବିଦ୍ୟାଙ୍କ ଏହି କଥା ଖୁବ୍ ଚର୍ଚ୍ଚାରେ । ଏହାସହ ବିଦ୍ୟା ତାଙ୍କ ଶରୀରର ଓଜନକୁ ନେଇ କିପରି ଟ୍ରୋଲର ଶିକାର ହୋଇଥିଲେ ତାହା ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଫିଲ୍ମ ‘ଦ ଡାର୍ଟି ଗର୍ଲ’ ପାଇଁ ନିଜ ଶରୀରର ଓଜନ ବଢାଇଥିଲେ ସେତେବେଳେ ସେ ଠିକ୍ ଥିଲେ । ହେଲେ ତା’ପରେ ସେ ଟ୍ରୋଲର ଶିକାର ହୋଇଥିଲେ । ହେଲେ ଏବେ ଧିରେ ଧିରେ ସେ ସେଥିପ୍ରତି ନଜର ଦେଉ ନ ଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri