Posted inଜାତୀୟ

Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ ଏସୟୁଭି ଥାର ଚାଲି ଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ପର୍ଯ୍ୟଟକ ଲାହୁଲ ଉପତ୍ୟକାର ଚନ୍ଦ୍ରା ନଦୀ ଦେଇ ଏକ ମହିନ୍ଦ୍ରା ଥାର ଏସୟୁଭି ଚଲାଉଛନ୍ତି। ସୌଭାଗ୍ୟବଶତ, ନଦୀର ଜଳ ସ୍ତର ସେତେଟା ନଥିଲା ଯାହା କୌଣସି ବିପଦର କାରଣ ହୋଇଥାନ୍ତା। ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାର ସମାଲୋଚନା କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଲାହୁଲରୁ ମନାଲି ମାର୍ଗରେ ଅନେକ ସ୍ଥାନରେ ବିରାଟ ଟ୍ରାଫିକ ଜାମ୍ ହୋଇଥିଲା ଯେତେବେଳେ ପର୍ଯ୍ୟଟକ ଜଣକ ତାଙ୍କ କାର ନଦୀକୁ ନେଇ ଯାଇଥିଲେ। ଗତ ତିନି ଦିନରେ ପ୍ରାୟ ୫୫ ହଜାର କାର ଅଟଳ ଟନେଲ ପାର କରି କୁଲୁ, ଲାହଲ୍ ଏବଂ ସ୍ପିଟିରେ ଅଭିମୁଖେ ଯାଉଥିବା ଅଧିକାରୀମାନେ କହିଛନ୍ତି। ସୋସିଆଲ ମିଡିଆରେ ଏବେ ଏହି ରାସ୍ତାରେ ଗାଡି ଗୁଡିକର ଲମ୍ବା ଧାଡି ଦେଖାଯାଉଥିବା ଅନେକ ଭିଡିଓ ସାମ୍ନାକୁ ଆସିଛି।

ଯଦିଓ ପର୍ଯ୍ୟଟକଙ୍କ ଆଗମନ ଆତିଥ୍ୟ କ୍ଷେତ୍ର ପାଇଁ ଏକ ଉତ୍ସାହ, କିନ୍ତୁ ଏହାକୁ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ଆହ୍ବାନ ସାଜିଛି। ସେହିପରି ନୂଆ ବର୍ଷ ପାଳନ ପାଇଁ ଏହି ସପ୍ତାହରେ ୧ ଲକ୍ଷରୁ ଅଧିକ ଗାଡି ଶିମଲାରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।ଏହି ଭିଡ଼ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଏକ ବଡ ପ୍ରଭାବ ପକାଇପାରେ ଯାହା ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟର କେନ୍ଦ୍ରବିନ୍ଦୁ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

ବଢୁଛି ତାପମାତ୍ରା, ଦେଖାନାହିଁ ଜଳଛତ୍ର

ଲୋଇସିଂହା,୧୩।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ା ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି।…

ଏପ୍ରିଲ ୨ରେ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ, ୧୭ରୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୩(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ ୨ରେ ଶିଶୁବାଟିକା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ କରାଯିବ। ଏହି…

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନ ବେଶି ଦାୟୀ: ନରସିଂହ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri