Posted inଜାତୀୟ

ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି

କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ଅନେକ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ଆର.ଜି କର ବଳାତ୍କାର ଏବଂ ହତ୍ୟା ମାମଲା ବିରୋଧରେ କୋଲକାତାରେ ଚାଲିଥିବା ନବନ୍ନୋ ମାର୍ଚ୍ଚ ମଧ୍ୟରେ ଏକ ଭାଇରାଲ ଭିଡିଓ ପଶ୍ଚିମବଙ୍ଗ ସରକାର ଏବଂ କୋଲକାତା ପୋଲିସର କାର୍ଯ୍ୟ ଶୈଳୀ ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ୪୫ ସେକେଣ୍ଡର ଏହି ଭିଡିଓ ଅଗଷ୍ଟ ୯ସକାଳର ଅପରାଧର ସମାନ ଦୃଶ୍ୟ ବୋଲି କୁହାଯାଉଛି ଯେଉଁଠାରେ ଡାକ୍ତରଖାନା ଭିତରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବଳାତ୍କାର ଓ ହତ୍ୟା ଭଳି ଭୟଙ୍କର ଘଟଣା ଘଟିଥିଲା। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ୨୦ଜଣ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି।

ଭିଡିଓରେ ଦେଖାଯାଇଛି ସେଠାରେ ଥିବା ଲୋକେ ପରସ୍ପର ସହ କଥାବାର୍ତ୍ତା କରୁଛନ୍ତି । ମୋବାଇଲ ଫୋନ ବ୍ୟବହାର କରି ସେମାନେ ଦେଖୁଛନ୍ତି ଏବଂ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଭିଡ଼ରେ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି। ଅର୍ଥାତ୍‌ ଲୋକମାନେ ଅପରାଧ ଘଟଣାସ୍ଥଳରେ ଏକତ୍ରିତ ହୋଇ ନିଜେ ପୋଲିସ ସମ୍ମୁଖରେ ଠିଆ ହୋଇଛନ୍ତି। କିନ୍ତୁ ପୋଲିସ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରୁନାହିଁ। କୋଲକାତା ପୋଲିସ ସେହି ଭିଡିଓକୁ ଅଗଷ୍ଟ ୯ସକାଳେ ହସ୍ପିଟାଲର ସେମିନାର ରୁମରୁ ବୋଲି ଅନୁମାନ କରିଛି, କିନ୍ତୁ ପୋଲିସ କହିଛି ଯେ ସେହି ସମୟରେ ସେମାନେ ମୃତ ଦେହର ଚାରିପାଖରେ କଡନ କରିଥିଲେ। ଅର୍ଥାତ୍‌ ଉକ୍ତ ସ୍ଥାନକୁ ଘେରାଉ କରାଯାଇଥିଲା ଏବଂ ଏହି ଲୋକମାନେ ଘେରା ଯାଇଥିବା ସ୍ଥାନ ବାହାରେ ଠିଆ ହୋଇଥିଲେ। କିନ୍ତୁ କୋଲକାତା ପୋଲିସର ସ୍ପଷ୍ଟୀକରଣରୁ ଏହା ସ୍ପଷ୍ଟ ହୋଇଛି ଯେ ସେହି ସମୟରେ ସେମିନାର ହଲରେ ଏତେ ସଂଖ୍ୟକ ଲୋକ ପ୍ରବେଶ କରିଥିଲେ। ଯେତେବେଳେ ଏକ ମୃତ ଶରୀର ହଲରେ ପଡ଼ିଥାଏ ଏବଂ କ୍ରାଇମବ୍ରାଞ୍ଚକୁ ସୁରକ୍ଷିତ ରଖିବା ହେଉଛି ପ୍ରଥମ ଏବଂ ପ୍ରାଥମିକ ଆବଶ୍ୟକତା।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri