Posted inଜାତୀୟ

ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି

କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ଅନେକ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ଆର.ଜି କର ବଳାତ୍କାର ଏବଂ ହତ୍ୟା ମାମଲା ବିରୋଧରେ କୋଲକାତାରେ ଚାଲିଥିବା ନବନ୍ନୋ ମାର୍ଚ୍ଚ ମଧ୍ୟରେ ଏକ ଭାଇରାଲ ଭିଡିଓ ପଶ୍ଚିମବଙ୍ଗ ସରକାର ଏବଂ କୋଲକାତା ପୋଲିସର କାର୍ଯ୍ୟ ଶୈଳୀ ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ୪୫ ସେକେଣ୍ଡର ଏହି ଭିଡିଓ ଅଗଷ୍ଟ ୯ସକାଳର ଅପରାଧର ସମାନ ଦୃଶ୍ୟ ବୋଲି କୁହାଯାଉଛି ଯେଉଁଠାରେ ଡାକ୍ତରଖାନା ଭିତରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବଳାତ୍କାର ଓ ହତ୍ୟା ଭଳି ଭୟଙ୍କର ଘଟଣା ଘଟିଥିଲା। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ୨୦ଜଣ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି।

ଭିଡିଓରେ ଦେଖାଯାଇଛି ସେଠାରେ ଥିବା ଲୋକେ ପରସ୍ପର ସହ କଥାବାର୍ତ୍ତା କରୁଛନ୍ତି । ମୋବାଇଲ ଫୋନ ବ୍ୟବହାର କରି ସେମାନେ ଦେଖୁଛନ୍ତି ଏବଂ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଭିଡ଼ରେ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି। ଅର୍ଥାତ୍‌ ଲୋକମାନେ ଅପରାଧ ଘଟଣାସ୍ଥଳରେ ଏକତ୍ରିତ ହୋଇ ନିଜେ ପୋଲିସ ସମ୍ମୁଖରେ ଠିଆ ହୋଇଛନ୍ତି। କିନ୍ତୁ ପୋଲିସ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରୁନାହିଁ। କୋଲକାତା ପୋଲିସ ସେହି ଭିଡିଓକୁ ଅଗଷ୍ଟ ୯ସକାଳେ ହସ୍ପିଟାଲର ସେମିନାର ରୁମରୁ ବୋଲି ଅନୁମାନ କରିଛି, କିନ୍ତୁ ପୋଲିସ କହିଛି ଯେ ସେହି ସମୟରେ ସେମାନେ ମୃତ ଦେହର ଚାରିପାଖରେ କଡନ କରିଥିଲେ। ଅର୍ଥାତ୍‌ ଉକ୍ତ ସ୍ଥାନକୁ ଘେରାଉ କରାଯାଇଥିଲା ଏବଂ ଏହି ଲୋକମାନେ ଘେରା ଯାଇଥିବା ସ୍ଥାନ ବାହାରେ ଠିଆ ହୋଇଥିଲେ। କିନ୍ତୁ କୋଲକାତା ପୋଲିସର ସ୍ପଷ୍ଟୀକରଣରୁ ଏହା ସ୍ପଷ୍ଟ ହୋଇଛି ଯେ ସେହି ସମୟରେ ସେମିନାର ହଲରେ ଏତେ ସଂଖ୍ୟକ ଲୋକ ପ୍ରବେଶ କରିଥିଲେ। ଯେତେବେଳେ ଏକ ମୃତ ଶରୀର ହଲରେ ପଡ଼ିଥାଏ ଏବଂ କ୍ରାଇମବ୍ରାଞ୍ଚକୁ ସୁରକ୍ଷିତ ରଖିବା ହେଉଛି ପ୍ରଥମ ଏବଂ ପ୍ରାଥମିକ ଆବଶ୍ୟକତା।


Enter your email to get our daily news in your inbox.

All Right Reserved By Dharitri.Com

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri