ଭୁବନେଶ୍ୱର,୧୭ା୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଡିକାଲ ବେଡରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଡିହାଇଡ୍ରେସନ୍ ଯୋଗୁଁ ସେ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସେ ବେଡରେ ଥାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ “ମୁଁ ଭଲ ଅଛି” ବୋଲି କହିଥିଲେ।
ନିକଟରେ ନବୀନ କୋକିଳବେନ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଫେରିଥିବା ବେଳେ ଗତ ନିର୍ବାଚନ ସମୟରେ ମଧ୍ୟ ଅସୁସ୍ଥ ଥିଲେ। ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସୁଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ସହ ଡାକ୍ତରୀ ଦଳ ସମ୍ପର୍କ ରଖିଛନ୍ତି ଓ ସ୍ଥିର ଅବସ୍ଥାରେ ରହିଛନ୍ତି ବୋଲି କୁହାଯାଇଛି।
ପ୍ରୀୟନେତାଙ୍କ ଅସୁସ୍ଥତା ଖବର ଶୁଣି ଲୋକେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି।


