ମୁମ୍ବାଇ ଆପଲ୍ ଷ୍ଟୋରରେ iPhone 17 କିଣିବାକୁ ମାରପିଟ୍, ଭିଡିଓ ଭାଇରାଲ

ମୁମ୍ବାଇ,୧୯।୯: iPhone 17 ସିରିଜ୍ ଶୁକ୍ରବାର ବିକ୍ରି ଆରମ୍ଭ ହେବା ସହ ମୁମ୍ବାଇର ବଣ୍ଡା-କୁର୍ଲା କମ୍ପ୍ଲେକ୍ସ୍‌ (BKC) ସ୍ଥିତ ଆପଲ୍ ଷ୍ଟୋର ବାହାରେ କ୍ରେତାମାନଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଏକ ଭିଡିଓରେ ଦେଖାଯାଇଛି, ଗ୍ଲାସ୍‌-ଫ୍ରଣ୍ଟେଡ୍ ଷ୍ଟୋର ବାହାରେ କିଛି ଲୋକ ମାରପିଟ୍ ଲାଗିଥିଲେ।

ଭିଡିଓରେ ଲାଲ୍ ଶର୍ଟ୍‌ ପିନ୍ଧିଥିବା ଜଣେ ଲୋକକୁ ସୁରକ୍ଷା କର୍ମଚାରୀମାନେ ଟାଣି ବାହାରକୁ ଆଣିଥିଲେ, ଯାହାରୁ ସେ ଏକ ଗାର୍ଡକୁ ଆଘାତ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଧଳା ଶାର୍ଟ୍‌ ପିନ୍ଧିଥିବା ଆଉ ଜଣେ କ୍ରେତା ହସ୍ତକ୍ଷେପ କରି ଗାର୍ଡଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ଝଗଡ଼ା ଜାରି ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିବି ଆର୍ମ୍ଡ୍ ଗାର୍ଡଙ୍କୁ ଧରି ବାହାରକୁ ଆଣିଥିଲେ।

ଅହମ୍ମଦାବାଦରୁ ଆସିଥିବା କ୍ରେତା ମୋହନ ଯଦବ ଗଣମାଧ୍ୟମକୁ କହିଛନ୍ତି, “ସକାଳ ୫ଟାରୁ ଅପେକ୍ଷା କରୁଥିଲି, କିନ୍ତୁ ସୁରକ୍ଷାର ଅଭାବରେ ଲାଇନ୍ ଭାଙ୍ଗୁଥିଲେ, ଯାହା ଅବ୍ୟବସ୍ଥା ସୃଷ୍ଟି କରିଛି।” ଦିଲ୍ଲୀର ସାକେତ୍‌ ସିଟିୱାକ୍‌ ମାଲ୍‌ ଓ ବେଙ୍ଗଲୁରୁର ଆଉଟଲେଟ୍‌ରେ ମଧ୍ୟ ଭିଡ଼ ଦେଖାଯାଇଛି।

ଆପଲ୍‌ iPhone 17, iPhone 17 Pro, Pro Max ଓ ନୂଆ iPhone Air ଲଞ୍ଚ କରିଛି, ଯାହାର ମୂଲ୍ୟ ୮୨,୯୦୦ରୁ ୨.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri