Posted inଜାତୀୟ

ଉପରାଷ୍ଟ୍ରପତି-ଗେହଲଟ ମୁହାଁମୁହିଁ…

ଜୟପୁର,୮।୧୦ : ରାଜସ୍ଥାନ ବିଧାନସଭା ନିର୍ବାଚନର ପରିବେଶ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ ଯୁଦ୍ଧ ତୀବ୍ର ହୋଇଛି। ଉଭୟ ନେତା ପରସ୍ପର ବିରୋଧରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଧନକର କହିଛନ୍ତି ଯେତେ ବ୍ୟାଘାତ ହେଉନା କାହିଁକି, କିନ୍ତୁ, ମୁଁ ରାଜସ୍ଥାନକୁ ଆସିବି। ଧନକରଙ୍କ ଏହି ବିବୃତ୍ତି ନେଇ ଅଶୋକ ଗେହଲଟ କହିଛନ୍ତି ମୁଁ ଯାହା କହିଥିଲି, ଭଲ ଭାବରେ ଚିନ୍ତା କରିବା ପରେ ଏହା କରିଛି । ଆପଣ ମୋ ଘରକୁ ଆସନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସନ୍ତୁ, ଆମେ ଆପଣଙ୍କୁ ସ୍ବାଗତ କରିବୁ। ମାତ୍ର ସାମ୍ବିଧାନିକ ବ୍ୟସ୍ଥାର ଉଲ୍ଲଂଘନ କରିବା ଠିକ ନୁହେଁ।

ଧନକର ଗେହଲୋଟର ଗଡ଼ କୁହାଯାଉଥିବା ଯୋଧପୁରର ଶ୍ରୀଗଙ୍ଗାନଗର ଏବଂ ସୁରତଗଡ଼ ଗସ୍ତ କରି କାଜରିରେ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମନ୍ତବ୍ୟ ଦେଇଥିଲେ ମୁଁ ରାଜ୍ୟରେ ମୋର ଯାତ୍ରା ବିଷୟରେ ଅଧିକ କିଛି କହିବାକୁ ପସନ୍ଦ କରେ ନାହିଁ।

ମୁଁ ବୁଝିିପାରୁ ନାହିଁ କାହିଁକି କିଛି ଲୋକ କୃଷକଙ୍କ ଉତ୍ସର୍ଗକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ, ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଆପଣଙ୍କର ଏହି କୃଷକ ପୁଅ ପ୍ରତ୍ୟେକ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ଜାରି ରଖିବ। କେହି ଯେତେ ବାଧା ଦିଅନ୍ତୁ, କେତେ କଥା କୁହନ୍ତ ୁ ଯେତେ କୌଶଳ ଅବଲମ୍ବନ କରନ୍ତୁ ଯାହା ବି କୁହନ୍ତୁ, ମୁଁ ରାଜସ୍ଥାନକୁ ଆସିବି। ମୁଁ କହିବାକୁ ଚାହେଁ, ଛୋଟ ଚିନ୍ତାଧାରା ଦ୍ୱାରା ଏତେ ବଡ ପଦର ସମ୍ମାନ ନଷ୍ଟ କର ନାହିଁ। ଏହାର ସମ୍ମାନ ବୁଛନ୍ତୁ। ଛୋଟ ରାଜନୈତିକ ମହଲରେ ଆପଣଙ୍କ ବୁଝାମଣାକୁ କଳଙ୍କିତ କରନ୍ତୁ ନାହିଁ। ମୁଁ ଅନୁମାନ କରୁଛି ଯେଉଁମାନେ ଏହା କରିଛନ୍ତି ସେମାନେ ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିବେ, ବୁଝିବେ ଏବଂ ସଠିକ ମାର୍ଗ ଅନୁସରଣ କରିବେ। ମୁଁ ଯେଉଁ ବିବୃତ୍ତିକୁ ସହ୍ୟ କରିଛି କାରଣ ମୁଁ ଜଣେ କୃଷକ ପୁଅ। ଆପଣଙ୍କର କୃଷକ ପୁଅ ସମ୍ବିଧାନ ଏବଂ ନିୟମ ଅନୁଯାୟୀ କାର୍ଯ୍ୟ କରେ ।

ଧନକରଙ୍କ ବିବୃତ୍ତିରେ ନେଇ ଅଶୋକ ଗେହଲଟ ଜୟପୁରରେ ଚାଲିଥିବା ଜିତୋ କାର୍ଯ୍ୟକ୍ରମରେ କହିଛନ୍ତି ଆପଣ ଦେଶର ଦ୍ୱିତୀୟ ନାଗରିକ। ଆପଣ ମୋ ଘରକୁ ଆସନ୍ତୁ, ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଘରେ ନ୍ତସ୍ବାଗତ କରିବେ। ଭବିଷ୍ୟତରେ ମଧ୍ୟ ଆପଣଙ୍କୁ ସ୍ବାଗତ କରିବେ। ମୁଁ ଆପଣଙ୍କ ପରିବାର ସହିତ ୫୦ ବର୍ଷ ଧରି ସମ୍ପର୍କ ରଖିଛି। ମୁଁ ଯାହା କହିଥିଲି, ଭାବିବା ପରେ କହିଲି । ଆପଣ କ’ଣ ବୁଝିଥିଲେ, ମୁଁ ମଧ୍ୟ ବୁ ଝିଲି ଏବଂ ଜନସାଧାରଣ ମଧ୍ୟ ବୁଝିଥିଲେ ।

ଆପଣଙ୍କ ଆଗମନରେକୌଣସି ଅସୁବିଧା ନାହିଁ, କିନ୍ତୁ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଆସିବା ଉଚିତ ନୁହେଁ, କାରଣ ଏହା ସାମ୍ବିଧାନିକ ପଦବୀ ।
ରାଜସ୍ଥାନରେ ନିର୍ବାଚନ ପ୍ରଚାର ଚାଲିଛି, ଯଦି ସେ ବାରମ୍ବାର ଆସନ୍ତି ତେବେ ଲୋକମାନେ କ’ଣ ଭାବିବେ?
ଉପରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଦିନକୁ ପାଞ୍ଚଟି ସଭାକୁ ଯାଇଥିଲେ। ଆପଣ ଦିନକୁ ପାଞ୍ଚଟି ସଭା କରି ୧୫ ଦିନରେ ରାଜ୍ୟକୁ କାହିଁକି ଆସୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଏତେ ବୈଠକ କରିପାରିବେ ନାହିଁ। ଏହା ଭାଜପାର ଅଭିଯାନ ଚାଲିଛି ବୋଲି ବାର୍ତ୍ତା ପଠାଉଛି। ଏ ବିଷୟ ଟିକିଏ ସନ୍ଦେହଜନକ ହେବା ସ୍ବାଭାବିକ ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri