୪୦% ଖସିଲା ଯାନ ବିକ୍ରି

ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା ନଜରକୁ ଆସିଛି। ଜୁଲାଇରେ ବିଭିନ୍ନ କମ୍ପାନୀଗୁଡିକର ଓଡିଶାରେ ୩୮,୭୩୦ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଜୁଲାଇରେ କମ୍ପାନୀଗୁଡିକ ୬୫,୨୦୦ ୟୁନିଟ ଯାନ ବିକ୍ରି ଥିବା ବେଳେ ଚଳିତ ବର୍ଷ ଜୁଲାଇରେ ଯାନ ବିକ୍ରି ୪୦.୬୦% ହ୍ରାସ ଘଟିଥିବା ଜଣାପଡିଛି। ୨୦୨୦ ଜୁଲାଇରେ ୨ ଚକିଆ ବର୍ଗରେ ୩୨,୪୦୫ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଏହା ୫୪,୬୮୦ ୟୁନିଟ ରହିଥିଲା। ଏଥିରେ ୪୦.୭୪% ହ୍ରାସ ହୋଇଛି। ସେହିଭଳି ୩ ଚକିଆ ବର୍ଗରେ ୫୧୧ ୟୁନିଟ, ବାଣିଜି୍ୟକ ଯାନ ବର୍ଗରେ ୮୫୪ ୟୁନିଟ, ଯାତ୍ରୀବାହି ଯାନ ବର୍ଗରେ ୨୯୯୮ ୟୁନିଟ ଏବଂ ଟ୍ରାକ୍ଟର ବର୍ଗରେ ୧୯୬୨ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଜୁଲାଇରେ ଏହି ବର୍ଗ ଗୁଡିକରେ ଯଥାକ୍ରମେ ୧,୮୬୭ୟୁନିଟ, ୨୭୮୩ ୟୁନିଟ, ୪୧୭୮ ୟୁନିଟ ଏବଂ ୧,୬୯୨ ୟୁନିଟ ଯାନ ବିକ୍ରି ହୋଇଛି। ଚଳିତ ବର୍ଷ ଜୁଲାଇ ମାସରେ ୩ ଚକିଆ ବିକ୍ରି ୭୨.୬୩% ଖସିଥିବା ବେଳେ ବାଣିଜି୍ୟକ ଯାନ ୬୯.୩୧%, ଯାତ୍ରୀବାହି ଯାନ ୨୮.୨୪% ଖସିଥିବା ବେଳେ ଟ୍ରାକ୍ଟର ବିକ୍ରି ୧୫.୬୪% ବଢିଥିବା ଜଣାପଡିଛି।
ଚଳିତ ବର୍ଷ ଜୁଲାଇ ମାସରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୫.୧୯% ହ୍ରାସ ଘଟିଛି। ଗତ ବର୍ଷ ଏହି ସମୟରେ ୨.୧୦ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ଏହା ୧.୫୭ ଲକ୍ଷ ୟୁନିଟକୁ ହ୍ରାସ ଘଟିଛି। ଦୁଇଚକିଆ ଯାନ ବିକ୍ରି ୩୭.୪୭% ଖସିଥିବା ବେଳେ ଏହା ୮.୪୭ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ଜୁଲାଇରେ ୧୩.୯୮ ଲକ୍ଷ ଦୁଇଚକିଆ ଯାନ ବିକ୍ରି କରିବାକୁ କମ୍ପାନୀଗୁଡିକ ସକ୍ଷମ ହୋଇଥିଲେ। ମୋଟ ୨ ଚକିଆ ଯାନ ବିକ୍ରି ପଞ୍ଜୀକରଣ ୩୬.୨୭% ହ୍ରାସ ଘଟି ୧୧.୪୧ ଲକ୍ଷ ରହିଥିବା ଜଣାପଡ଼ିଛି। ଗୋଟିଏ ବର୍ଷ ସମାନ ସମୟରେ ଏହା ୧୭.୯୦ ଲକ୍ଷ ୟୁନିଟ ଥିଲା। ଜୁଲାଇ ମାସରେ କେବଳ ଟ୍ରାକ୍ଟର ବିକ୍ରି ୩୭.୨୪% ବଢିଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍‌ଏଡିଏ) ପକ୍ଷରୁ ସୂଚନା ରହିଛି।
ଚଳିତ ବର୍ଷ ଅଟୋମୋବାଇଲ ବଜାର ନକାରାତ୍ମକ ରହିବ ବୋଲି ଅଟୋ ଡିଲରମାନେ ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ସେଗ୍‌ମେଣ୍ଟରେ ଯାନ ବିକ୍ରି ପ୍ରାୟ ୧୫ରୁ ୩୫% ନିମ୍ନରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି। କେବଳ ଟ୍ରାକ୍ଟର ବିକ୍ରି ଉନ୍ନତ ସ୍ଥିତିରେ ରହିବା ନେଇ ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ଫାଡା ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି ଯେ, ଲକ୍‌ଡାଉନ କଟକଣା ଧୀରେ ଧୀରେ ଉଠୁଥିବାରୁ ବଜାରକୁ ନେଇ ଆଶାବାଦୀ ରହିଛୁ। ଜୁନ୍‌ ତୁଳନାରେ ଜୁଲାଇରେ ଯାନ ପଞ୍ଜୀକରଣରେ ଉନ୍ନତି ଆସିଛି। ଅଟୋମୋବାଇଲ ବଜାର ସ୍ବାଭାବିକ ସ୍ଥିତିକୁ ଫେରିବାକୁ ସମୟ ଲାଗିବ। ଶିଳ୍ପ ପାଇଁ ଗ୍ରାମୀଣ ବଜାର ଆଶା ଆଣିଛି। ଟ୍ରାକ୍ଟର ଏବଂ ବାଣିଜି୍ୟକ ଯାନ ବର୍ଗରେ ଉନ୍ନତି ପରିଲକ୍ଷିତ ହୋଇଛି।
ଅଟୋମୋବାଇଲ ଶିଳ୍ପରେ ବିକ୍ରିକୁ ଫେରାଇ ଆଣିବାକୁ ହେଲେ ବଜାରର ଚାହିଦା ଫେରାଇ ଆଣିବା ଭଳି ନୀତି ଉପରେ କାମ କରିବାକୁ ସରକାରଙ୍କୁ କାଲେ ନିବେଦନ କରିଛନ୍ତି। ସ୍କ୍ରାପେଜ ନୀତିକୁ ଉନ୍ନତ କରିବା ଦିଗରେ ସରକାର ପଦକ୍ଷେପ ନେବା ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଟୋ ହବ୍‌ଗୁଡିକରେ ଯଦି ଲକ୍‌ଡାଉନ ନ ବଢ଼େ ତେବେ ଏହା ଶିଳ୍ପ ଲାଗି ଲାଭଦାୟକ ହେବ ବୋଲି କାଲେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri