୪୦% ଖସିଲା ଯାନ ବିକ୍ରି

ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା ନଜରକୁ ଆସିଛି। ଜୁଲାଇରେ ବିଭିନ୍ନ କମ୍ପାନୀଗୁଡିକର ଓଡିଶାରେ ୩୮,୭୩୦ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଜୁଲାଇରେ କମ୍ପାନୀଗୁଡିକ ୬୫,୨୦୦ ୟୁନିଟ ଯାନ ବିକ୍ରି ଥିବା ବେଳେ ଚଳିତ ବର୍ଷ ଜୁଲାଇରେ ଯାନ ବିକ୍ରି ୪୦.୬୦% ହ୍ରାସ ଘଟିଥିବା ଜଣାପଡିଛି। ୨୦୨୦ ଜୁଲାଇରେ ୨ ଚକିଆ ବର୍ଗରେ ୩୨,୪୦୫ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଏହା ୫୪,୬୮୦ ୟୁନିଟ ରହିଥିଲା। ଏଥିରେ ୪୦.୭୪% ହ୍ରାସ ହୋଇଛି। ସେହିଭଳି ୩ ଚକିଆ ବର୍ଗରେ ୫୧୧ ୟୁନିଟ, ବାଣିଜି୍ୟକ ଯାନ ବର୍ଗରେ ୮୫୪ ୟୁନିଟ, ଯାତ୍ରୀବାହି ଯାନ ବର୍ଗରେ ୨୯୯୮ ୟୁନିଟ ଏବଂ ଟ୍ରାକ୍ଟର ବର୍ଗରେ ୧୯୬୨ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ଜୁଲାଇରେ ଏହି ବର୍ଗ ଗୁଡିକରେ ଯଥାକ୍ରମେ ୧,୮୬୭ୟୁନିଟ, ୨୭୮୩ ୟୁନିଟ, ୪୧୭୮ ୟୁନିଟ ଏବଂ ୧,୬୯୨ ୟୁନିଟ ଯାନ ବିକ୍ରି ହୋଇଛି। ଚଳିତ ବର୍ଷ ଜୁଲାଇ ମାସରେ ୩ ଚକିଆ ବିକ୍ରି ୭୨.୬୩% ଖସିଥିବା ବେଳେ ବାଣିଜି୍ୟକ ଯାନ ୬୯.୩୧%, ଯାତ୍ରୀବାହି ଯାନ ୨୮.୨୪% ଖସିଥିବା ବେଳେ ଟ୍ରାକ୍ଟର ବିକ୍ରି ୧୫.୬୪% ବଢିଥିବା ଜଣାପଡିଛି।
ଚଳିତ ବର୍ଷ ଜୁଲାଇ ମାସରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୫.୧୯% ହ୍ରାସ ଘଟିଛି। ଗତ ବର୍ଷ ଏହି ସମୟରେ ୨.୧୦ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ଏହା ୧.୫୭ ଲକ୍ଷ ୟୁନିଟକୁ ହ୍ରାସ ଘଟିଛି। ଦୁଇଚକିଆ ଯାନ ବିକ୍ରି ୩୭.୪୭% ଖସିଥିବା ବେଳେ ଏହା ୮.୪୭ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ଜୁଲାଇରେ ୧୩.୯୮ ଲକ୍ଷ ଦୁଇଚକିଆ ଯାନ ବିକ୍ରି କରିବାକୁ କମ୍ପାନୀଗୁଡିକ ସକ୍ଷମ ହୋଇଥିଲେ। ମୋଟ ୨ ଚକିଆ ଯାନ ବିକ୍ରି ପଞ୍ଜୀକରଣ ୩୬.୨୭% ହ୍ରାସ ଘଟି ୧୧.୪୧ ଲକ୍ଷ ରହିଥିବା ଜଣାପଡ଼ିଛି। ଗୋଟିଏ ବର୍ଷ ସମାନ ସମୟରେ ଏହା ୧୭.୯୦ ଲକ୍ଷ ୟୁନିଟ ଥିଲା। ଜୁଲାଇ ମାସରେ କେବଳ ଟ୍ରାକ୍ଟର ବିକ୍ରି ୩୭.୨୪% ବଢିଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍‌ଏଡିଏ) ପକ୍ଷରୁ ସୂଚନା ରହିଛି।
ଚଳିତ ବର୍ଷ ଅଟୋମୋବାଇଲ ବଜାର ନକାରାତ୍ମକ ରହିବ ବୋଲି ଅଟୋ ଡିଲରମାନେ ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ସେଗ୍‌ମେଣ୍ଟରେ ଯାନ ବିକ୍ରି ପ୍ରାୟ ୧୫ରୁ ୩୫% ନିମ୍ନରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି। କେବଳ ଟ୍ରାକ୍ଟର ବିକ୍ରି ଉନ୍ନତ ସ୍ଥିତିରେ ରହିବା ନେଇ ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ଫାଡା ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି ଯେ, ଲକ୍‌ଡାଉନ କଟକଣା ଧୀରେ ଧୀରେ ଉଠୁଥିବାରୁ ବଜାରକୁ ନେଇ ଆଶାବାଦୀ ରହିଛୁ। ଜୁନ୍‌ ତୁଳନାରେ ଜୁଲାଇରେ ଯାନ ପଞ୍ଜୀକରଣରେ ଉନ୍ନତି ଆସିଛି। ଅଟୋମୋବାଇଲ ବଜାର ସ୍ବାଭାବିକ ସ୍ଥିତିକୁ ଫେରିବାକୁ ସମୟ ଲାଗିବ। ଶିଳ୍ପ ପାଇଁ ଗ୍ରାମୀଣ ବଜାର ଆଶା ଆଣିଛି। ଟ୍ରାକ୍ଟର ଏବଂ ବାଣିଜି୍ୟକ ଯାନ ବର୍ଗରେ ଉନ୍ନତି ପରିଲକ୍ଷିତ ହୋଇଛି।
ଅଟୋମୋବାଇଲ ଶିଳ୍ପରେ ବିକ୍ରିକୁ ଫେରାଇ ଆଣିବାକୁ ହେଲେ ବଜାରର ଚାହିଦା ଫେରାଇ ଆଣିବା ଭଳି ନୀତି ଉପରେ କାମ କରିବାକୁ ସରକାରଙ୍କୁ କାଲେ ନିବେଦନ କରିଛନ୍ତି। ସ୍କ୍ରାପେଜ ନୀତିକୁ ଉନ୍ନତ କରିବା ଦିଗରେ ସରକାର ପଦକ୍ଷେପ ନେବା ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଟୋ ହବ୍‌ଗୁଡିକରେ ଯଦି ଲକ୍‌ଡାଉନ ନ ବଢ଼େ ତେବେ ଏହା ଶିଳ୍ପ ଲାଗି ଲାଭଦାୟକ ହେବ ବୋଲି କାଲେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri