ଦାରିଙ୍ଗବାଡି,୧୬।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ଗତ ୧୦ ଦିନରୁ ଉର୍ଦ୍ଧ ସମୟ ହେଲା ଯାତାୟାତ ବିଛିନ୍ନ ହୋଇଯାଇଥିଲା। ବୁଧବାର ଠାରୁ ଉକ୍ତ ରାସ୍ତାରେ ଗାଡି ମୋଟର ଗଡିଛି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ ଏକ ନୂତନ ପୋଲ କାର୍ଯ୍ୟ ଚାଲିଛି ଲୋକଙ୍କ ଯାତାୟାତ ପାଇଁ ଡାଇଭର୍ଶନ ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ଲଘୁଚାପ ବର୍ଷାରେ ଉକ୍ତ ଡାଇଭର୍ଶନ ବାରମ୍ବାର ଧୋଇଗଲା। ତାକୁ ମରାମତି ହେବାରେ ବିଳମ୍ବ ହୋଇଥିଲା ନଦୀର ଜଳସ୍ତର କମିବା ପରେ ସୋମବାରଠାରୁ ମରାମତି ଆରମ୍ଭ କରାଯାଇଥିଲା। ଯାହାକି ଏବେ ମଧ୍ୟ ମରାମତି କାର୍ଯ୍ୟ ସରିନାହିଁ ଏବେ ଦୁଇ ଚକିଆ ଓ ଅଟୋ ଛଡ଼ାଯାଇଛି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଭାରୀଯାନ ଛଡ଼ାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମରାମତି କାର୍ଯ୍ୟକୁ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରତିଦିନ ଘଟଣାସ୍ଥଳକୁ ଯାଇ କାର୍ଯ୍ୟର ତଦାରଖ କରିବା ସହ ପୂର୍ତ୍ତ ବିଭାଗ ସହ ସମୀକ୍ଷା କରୁଛନ୍ତି।


