ହ୍ରାସ ପାଇଛି ଯାନବାହନ ରପ୍ତାନି

ନୂଆଦିଲ୍ଲୀ,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋଶିଳ୍ପ ସଂଘ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ୍‌ ମ୍ୟାନୁଫାକ୍ଚରର୍ସ (ଏସଆଇଏଏମ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଯାନବାହନ ରପ୍ତାନ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଜୁନ୍‌ ଅବଧି ମଧ୍ୟରେ ଭାରତରୁ ଅଟୋମୋବାଇଲ୍‌ ରପ୍ତାନ ୨୮ % ହ୍ରାସ ପାଇଛି। ବିଶେଷ କରି ଆଫ୍ରିକା ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡିକରେ ଆର୍ଥିକ ସଙ୍କଟ ଦେଖାଦେଇଥିବା କାରଣରୁ ଯାନବାହନ ରପ୍ତାନି ହ୍ରାସ ହୋଇଛି ବୋଲି ଏସଆଇଏଏମ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ମୋଟ ୧୦,୩୨,୪୪୯ ୟୁନିଟ ଯାନ ରପ୍ତାନୀ ହୋଇଥିବାବେଳେ ୨୦୨୨-୨୩ଆର୍ଥକ ବର୍ଷର ସମାନ ଅବଧି ମଧ୍ୟରେ ୧୪,୨୫,୯୬୭ ୟୁନିଟ୍‌ ଯାନ ରପ୍ତାନି ହୋଇଥିଲା।
ଏ ସମ୍ପର୍କରେ ଏସଆଇଏଏମର ମହାନିର୍ଦ୍ଦେଶକ ରାଜେଶ ମେନନ୍‌ କହିଛନ୍ତି, ବିଶେଷ କରି ଆଫ୍ରିକା ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡିକରେ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁ ପ୍ରଥମ ତ୍ରୈମାସିକରେ ଅଟୋଶିଳ୍ପର ରପ୍ତାନୀରେ ହ୍ରାସ ଘଟିଛି।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈ ମାସିକରେ ସମୁଦାୟ ଯାତ୍ରୀବାହୀ ଯାନବାହାନର ରପ୍ତାନୀ ୧,୫୨,୧୫୬ ୟୁନିଟ୍‌ ରହିଛି। ଯାହା ଗତ ଆର୍ଥିକ ବର୍ଷ ଏପ୍ରିଲରୁ ଜୁନ୍‌ ଅବଧି ମଧ୍ୟରେ ୧,୬୦,୧୧୬ ୟୁନିଟ୍‌ ରହିଥିଲା। ବିଶେଷ କରି ଗତ ଆର୍ଥକ ବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷର ରପ୍ତାନୀ ହାରରେ ୫ % କମ୍‌ ରହିଛି। ସେହିପରି ଯାତ୍ରୀବାହୀ କାରଗୁଡିକର ରପ୍ତାନି ସମାନ ଅବିଧି ମଧ୍ୟରେ ୧,୦୪,୪୦୦ ୟୁନିଟରୁ ୯୪,୭୯୩ ୟୁନିଟକୁ ହ୍ରାସ ପାଇଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୟୁଟିଲିଟି ଯାନ ରପ୍ତାନିରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି ଏବଂ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୫୫,୫୪୭ ୟୁନିଟ୍‌ ତୁଳନାରେ ଚଳିତ ଆର୍ଥିକ ବର୍ଷ ରେ ୫୫,୪୧୯ ୟୁନିଟ୍‌ ରହିଛି। ସେହିପରି ୨ଚକିଆ ଯାନ ରପ୍ତାନିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ୨୦୨୩ଏପ୍ରିଲ୍‌ରୁ ଜୁନ୍‌ ଅବଧି ମଧ୍ୟରେ ୩୧% ହ୍ରାସ ପାଇ ୭,୯୧,୩୧୬ ୟୁନିଟ୍‌କୁ ଖସି ଆସିଛି। ଗତ ଆର୍ଥକ ବର୍ଷର ସମାନ ଅବିଧି ମଧ୍ୟରେ ୧୧,୪୮,୫୯୪ ୟୁନିଟ୍‌ ଦୁଇ ଚକିଆ ଯାନ ରପ୍ତାନୀ ହୋଇଥିଲା। ଅପରପକ୍ଷରେ ବାଣିଜି୍ୟକ ଯାନରେ ମଧ୍ୟ ରପ୍ତାନୀ ହ୍ରାସ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବାଣିଜି୍ୟକ ଯାନ ପରିବହନ ୧୪,୬୨୫ ୟୁନିଟକୁ ହ୍ରାସ ପାଇଛି। ଗତ ବର୍ଷ ଏହାର ସଂଖ୍ୟା ୧୯,୬୨୪ ୟୁନିଟ୍‌ ଥିଲା। ଫଳରେ ବାଣିଜି୍ୟକ ଯାନ ୨୫% ହ୍ରାସ ପାଇଛି। ତିନି ଚକିଆ ଯାନ ରପ୍ତାନୀରେ ଗତ ବର୍ଷ ଅପେକ୍ଷା ୨୫% ହ୍ରାସ ପାଇ ୭୩,୩୬୦ ହୋଇଛି। ଗତବର୍ଷ ଏହା ୯୭.୨୩୭ ୟୁନିଟ୍‌ ଥିଲା। ଉଲ୍ଲେଖଯୋଗ୍ୟ, ମାରୁତି ସୁଜୁକି ୨୦୨୩ ଜୁନ୍‌ ମଧ୍ୟରେ ୬୨,୮୫୭ ୟୁନିଟ୍‌ ରପ୍ତାନି ସହିତ ଶୀର୍ଷରେ ରହିଛି। କମ୍ପାନୀ ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସିକରେ ୬୮,୯୮୭ ୟୁନିଟ ଯାତ୍ରୀବାହୀ ଯାନ ରପ୍ତାନି କରିଥିଲା। ସେହିଭଳି ହ୍ୟୁଣ୍ଡାଇ ମୋଟର ୨୦୨୩-୨୪ ବର୍ଷରେ ୩୫,୧୦୦ୟୁନିଟ୍‌ ଗାଡ଼ି ରପ୍ତାନିଚ କରିଥିବା ବେଳେ ୨୦୨୨-୨୩ ବର୍ଷର ସମାନ ଅବଧିରେ ୩୪,୫୨୦ ୟୁନିଟ୍‌ ଥିଲା। ଏପରିକି କିଆ ଇଣ୍ଡିଆ ୨୨,୫୧୧ ୟୁନିଟ୍‌ ଗାଡ଼ି ବିଦେଶକୁ ପଠାଇଥିଲାବେଳେ ୨୦୨୨ ସମାନ ଅବଧି ମଧ୍ୟରେ କମ୍ପାନୀ ୨୧,୪୫୯ ୟୁନିଟ୍‌ ଗାଡ଼ି ରପ୍ତାନୀ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri