ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁସାରେ, ଗୋଟିଏ ସ୍କୁଟି, ଦୁଇଟି ବାଇକ ଓ ଗୋଟିଏ ସ୍କର୍ପିଓ ପୋଡି ପାଉଁଶ ହେଇଯାଇଛି । ଖବର ପାଇ ଅଗ୍ନିଶମ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଲିଭାଇବାରେ ସକ୍ଷମ ହୋଇଛନ୍ତି । ହେଲେ ସେତେବେଳକୁ ଗାଡ଼ି ପୋଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏଭଳି ଜନଗହଲି ସ୍ଥାନରେ ନିଆଁ ଲାଗିବା ଏକ ବିପଦ ଜନକ ଅବସ୍ଥା ସୃଷ୍ଟି କରିଛି । ଅନ୍ୟପଟେ ନିଆଁ ଲାଗିବା ଘଟଣାରେ ଏକ ତଦନ୍ତ ହେଉ ବୋଲି ଗାଡି ମାଲିକ କହିଛନ୍ତି ।

 

Dharitri – Odisha’s No.1 Odia Daily

Share