Posted inଫୁରସତ

ପାଚେରିରେ ଫଳୁଛି ପରିବା

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଅନୁପାତରେ ଖାଦ୍ୟାଭାବ ପୂରଣ କରିବା ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ଲାଗି ବୈଜ୍ଞାନିକମାନେ ଅହରହ ଗବେଷଣା ଚଳାଇଛନ୍ତି। ବିକଳ୍ପ ସ୍ବରୂପ ସହରରେ ଏବେ କିଚେନ ଗାର୍ଡେନ୍‌କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ସହରାଞ୍ଚଳରେ ତଟକା ପରିବା ପାଇଁ ‘ଭର୍ଟିକାଲ ଫାର୍ମିଂ’ ବା ‘ପାଚେରିରେ ଚାଷ’ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ଅନେକେ। ଏହି ଚାଷ ପଦ୍ଧତିକୁ ବିଭିନ୍ନ ସ୍ଥାନରେ ପରୀକ୍ଷାମୂଳକ ଭାବେ କରାଗଲାଣି।
ଭାରତର କୃଷିକାର୍ଯ୍ୟ ଲାଗି ପର୍ଯ୍ୟାପ୍ତ ଚାଷଜମି ରହିଛି। ହେଲେ ଇସ୍ରାଏଲ ଭଳି ଛୋଟ ଦେଶରେ ଜନସଂଖ୍ୟା ତୁଳନାରେ ଜମିର ପରିମାଣ କମ୍‌। ତେଣୁ ଖାଦ୍ୟ ସମସ୍ୟାର ସମାଧାନ ଲାଗି ଏଠାରେ ‘ଭର୍ଟିକାଲ ଫାର୍ମିଂ’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଆଧୁନିକ କୃଷିର ନୂଆଯୁଗର ଅୟମାରମ୍ଭ ବୋଲି କୁହାଯାଉଛି। ଜନବହୁଳ ସହରରେ ଏହି ଚାଷ ପ୍ରଣାଳୀ ଦ୍ୱାରା ଆଞ୍ଚଳିକ ସ୍ତରରେ ହେଉଥିବା ଖାଦ୍ୟାଭାବକୁ ବହୁମାତ୍ରାରେ ଦୂର କରାଯାଇପାରିବ। ‘ଭର୍ଟିକାଲ ଫାର୍ମିଂ’ ଦ୍ୱାରା ଜଣେ ନିଜ ଇଚ୍ଛା ଅନୁଯାୟୀ କାନ୍ଥରେ ଗହମ, ଧାନ ଭଳି ଶସ୍ୟ ସମେତ ବିଭିନ୍ନ ପ୍ରକାରର ପରିବା ଉତ୍ପାଦନ କରିପାରିବ। ଏହି ଚାଷ ପ୍ରଣାଳୀ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପରିବେଶକୁ ଶୀତଳ ରଖିବାରେ ସହାୟକ ହୁଏ। ଏଥିସହ ପ୍ରଦୂଷଣ ହ୍ରାସ ପାଇଥାଏ।

କେମିତି କରାଯାଏ
‘ଭର୍ଟିକାଲ ଫାର୍ମିଂ’ ପାଇଁ ପାଚେରିରେ ଛୋଟଛୋଟ କୁଣ୍ଡକୁ ବ୍ୟବସ୍ଥିତ ଭାବେ ରଖିବାକୁ ପଡ଼େ। ପ୍ରଥମେ ଚାରାଗୁଡ଼ିକ ଜମିରେ ଲଗାଯାଇଥାଏ। ଟିକେ ବିକଶିତ ହୋଇଯିବା ପରେ ଏହାକୁ କୁଣ୍ଡକୁ ସ୍ଥାନାନ୍ତର କରାଯାଏ। ଗଛ ବଞ୍ଚାଇବା ଲାଗି ବୁନ୍ଦା ଜଳସେଚନର ପ୍ରୟୋଗ କରାଯାଏ। ଇସ୍ରାଏଲରେ ଏହା କମ୍ପ୍ୟୁଟର ଦ୍ୱାରା ସଞ୍ଚାଳିତ। ଏହି ଫାର୍ମିଂରେ ବିଭିନ୍ନ ପଦ୍ଧତି ରହିଛି। କମ୍‌ ମାଟି ଏବଂ ପବନରେ ବଢ଼ିପାରୁଥିବା ଗଛକୁ ଏଥିରେ ଗୁରୁତ୍ୱ ଦିଆଯାଉଛି। ଆମେରିକା, ଅଷ୍ଟ୍ରେଲିଆ, ଇସ୍ରାଏଲ, ଚାଇନା, କୋରିଆ, ଜାପାନ ସମେତ ଭାରତର ବଡ଼ ସହରୀ ଇଲାକାରେ ‘ଭର୍ଟିକାଲ ଫାର୍ମିଂ’ର ଆଦର ବଢ଼ିବାରେ ଲାଗିଛି। ତେବେ ଏହି ଚାଷ ପ୍ରଣାଳୀରେ ଖର୍ଚ୍ଚ ପାରମ୍ପରିକ ଚାଷ ତୁଳନାରେ ଅଧିକ। ଖାସ୍‌କରି ପ୍ରାରମ୍ଭିକ ଅବସ୍ଥାରେ ପାଚେରି ପ୍ରସ୍ତୁତ କରିବା ଲାଗି ଅଧିକ ଖର୍ଚ୍ଚ ହୋଇଥାଏ। ତଥାପି ସୌଖୀନ ଚାଷରେ ମନୋନିବେଶ କରୁଥିବା ପରିବାର ‘ଭର୍ଟିକାଲ ଫାର୍ମିଂ’ରୁ ବ୍ୟକ୍ତିଗତ ଚାହିଦା ମେଣ୍ଟାଇବା ସହ ଭଲ ରୋଜଗାର ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?