Posted inଫୁରସତ

ପାଚେରିରେ ଫଳୁଛି ପରିବା

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଅନୁପାତରେ ଖାଦ୍ୟାଭାବ ପୂରଣ କରିବା ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ଲାଗି ବୈଜ୍ଞାନିକମାନେ ଅହରହ ଗବେଷଣା ଚଳାଇଛନ୍ତି। ବିକଳ୍ପ ସ୍ବରୂପ ସହରରେ ଏବେ କିଚେନ ଗାର୍ଡେନ୍‌କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ସହରାଞ୍ଚଳରେ ତଟକା ପରିବା ପାଇଁ ‘ଭର୍ଟିକାଲ ଫାର୍ମିଂ’ ବା ‘ପାଚେରିରେ ଚାଷ’ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ଅନେକେ। ଏହି ଚାଷ ପଦ୍ଧତିକୁ ବିଭିନ୍ନ ସ୍ଥାନରେ ପରୀକ୍ଷାମୂଳକ ଭାବେ କରାଗଲାଣି।
ଭାରତର କୃଷିକାର୍ଯ୍ୟ ଲାଗି ପର୍ଯ୍ୟାପ୍ତ ଚାଷଜମି ରହିଛି। ହେଲେ ଇସ୍ରାଏଲ ଭଳି ଛୋଟ ଦେଶରେ ଜନସଂଖ୍ୟା ତୁଳନାରେ ଜମିର ପରିମାଣ କମ୍‌। ତେଣୁ ଖାଦ୍ୟ ସମସ୍ୟାର ସମାଧାନ ଲାଗି ଏଠାରେ ‘ଭର୍ଟିକାଲ ଫାର୍ମିଂ’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଆଧୁନିକ କୃଷିର ନୂଆଯୁଗର ଅୟମାରମ୍ଭ ବୋଲି କୁହାଯାଉଛି। ଜନବହୁଳ ସହରରେ ଏହି ଚାଷ ପ୍ରଣାଳୀ ଦ୍ୱାରା ଆଞ୍ଚଳିକ ସ୍ତରରେ ହେଉଥିବା ଖାଦ୍ୟାଭାବକୁ ବହୁମାତ୍ରାରେ ଦୂର କରାଯାଇପାରିବ। ‘ଭର୍ଟିକାଲ ଫାର୍ମିଂ’ ଦ୍ୱାରା ଜଣେ ନିଜ ଇଚ୍ଛା ଅନୁଯାୟୀ କାନ୍ଥରେ ଗହମ, ଧାନ ଭଳି ଶସ୍ୟ ସମେତ ବିଭିନ୍ନ ପ୍ରକାରର ପରିବା ଉତ୍ପାଦନ କରିପାରିବ। ଏହି ଚାଷ ପ୍ରଣାଳୀ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପରିବେଶକୁ ଶୀତଳ ରଖିବାରେ ସହାୟକ ହୁଏ। ଏଥିସହ ପ୍ରଦୂଷଣ ହ୍ରାସ ପାଇଥାଏ।

କେମିତି କରାଯାଏ
‘ଭର୍ଟିକାଲ ଫାର୍ମିଂ’ ପାଇଁ ପାଚେରିରେ ଛୋଟଛୋଟ କୁଣ୍ଡକୁ ବ୍ୟବସ୍ଥିତ ଭାବେ ରଖିବାକୁ ପଡ଼େ। ପ୍ରଥମେ ଚାରାଗୁଡ଼ିକ ଜମିରେ ଲଗାଯାଇଥାଏ। ଟିକେ ବିକଶିତ ହୋଇଯିବା ପରେ ଏହାକୁ କୁଣ୍ଡକୁ ସ୍ଥାନାନ୍ତର କରାଯାଏ। ଗଛ ବଞ୍ଚାଇବା ଲାଗି ବୁନ୍ଦା ଜଳସେଚନର ପ୍ରୟୋଗ କରାଯାଏ। ଇସ୍ରାଏଲରେ ଏହା କମ୍ପ୍ୟୁଟର ଦ୍ୱାରା ସଞ୍ଚାଳିତ। ଏହି ଫାର୍ମିଂରେ ବିଭିନ୍ନ ପଦ୍ଧତି ରହିଛି। କମ୍‌ ମାଟି ଏବଂ ପବନରେ ବଢ଼ିପାରୁଥିବା ଗଛକୁ ଏଥିରେ ଗୁରୁତ୍ୱ ଦିଆଯାଉଛି। ଆମେରିକା, ଅଷ୍ଟ୍ରେଲିଆ, ଇସ୍ରାଏଲ, ଚାଇନା, କୋରିଆ, ଜାପାନ ସମେତ ଭାରତର ବଡ଼ ସହରୀ ଇଲାକାରେ ‘ଭର୍ଟିକାଲ ଫାର୍ମିଂ’ର ଆଦର ବଢ଼ିବାରେ ଲାଗିଛି। ତେବେ ଏହି ଚାଷ ପ୍ରଣାଳୀରେ ଖର୍ଚ୍ଚ ପାରମ୍ପରିକ ଚାଷ ତୁଳନାରେ ଅଧିକ। ଖାସ୍‌କରି ପ୍ରାରମ୍ଭିକ ଅବସ୍ଥାରେ ପାଚେରି ପ୍ରସ୍ତୁତ କରିବା ଲାଗି ଅଧିକ ଖର୍ଚ୍ଚ ହୋଇଥାଏ। ତଥାପି ସୌଖୀନ ଚାଷରେ ମନୋନିବେଶ କରୁଥିବା ପରିବାର ‘ଭର୍ଟିକାଲ ଫାର୍ମିଂ’ରୁ ବ୍ୟକ୍ତିଗତ ଚାହିଦା ମେଣ୍ଟାଇବା ସହ ଭଲ ରୋଜଗାର ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠୁ ଛୋଟ ଏବଂ ବଡ଼ ନାମଧାରୀ ରେଳ ଷ୍ଟେଶନ

ଭାରତୀୟ ରେଳବାଇକୁ ଆମ ଦେଶର ଜୀବନ ରେଖା କୁହାଯାଏ। ଅଧିକାଂଶ ଭାରତୀୟ ଯାତ୍ରା କରିବା ପାଇଁ ଟ୍ରେନ୍‌ରେ ଯିବା ଆସିବା କରିଥାନ୍ତି। କାରଣ ଭାରତୀୟ ରେଳ...

ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ କର୍ନେଲ ଶିବରାମ ଶତପଥୀ

ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର...

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି...

ଗୁରୁ: ଆଲୋକର ବାଟ ଦେଖାନ୍ତି

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ,...

ବୟଫ୍ରେଣ୍ଡ୍‌ ଜେଲରୁ ମୁକୁଳିବା ପରେ ଏମିତି ଜନ୍ମଦିନ ପାଳିଲେ ଗର୍ଲଫ୍ରେଣ୍ଡ୍‌, ଦେଖଣାହାରୀ ଚକିତ

ପୁଣେ,୨୪ା୧୦: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ଯୁବତୀ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ଯାହା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣ୍ଡଲିକ ନାଗର ଥାନା ପୋଲିସ ଇନ୍ସପେକ୍ଟର ଘନଶ୍ୟାମ...

ଯୁବକଙ୍କ ହେୟାର ଷ୍ଟାଇଲ ଦେଖି ମାଙ୍କଡ଼ ବେହୋସ, ଭିଡିଓ ଦେଖିଲେ…

ପଶୁମାନଙ୍କ ମଧ୍ୟରେ ମାଙ୍କଡ଼ର କାର୍ଯ୍ୟ ମଣିଷମାନଙ୍କ କାର୍ଯ୍ୟ ସହିତ ସମାନ ହୋଇଥାଏ। ଯେତେବେଳେ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ସହିତ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ବିମାନବନ୍ଦରରେ ଅଜବ ଘଟଣା: ଅଧଘଣ୍ଟାରେ ୩୦ କିଲୋଗ୍ରାମ କମଳା ଖାଇଲେ ୪ ଯାତ୍ରୀ, କାରଣ ଜାଣିଲେ…

ବିମାନବନ୍ଦରରେ କେହି ଅତିରିକ୍ତ ବ୍ୟାଗେଜ୍‌ ଫି’ ଦେବାକୁ ଚାହାନ୍ତି ନାହିଁ। ହେଲେ ଏହି ଚାର୍ଜକୁ ଏଡ଼ାଇବାକୁ ଯାଇ ଚାଇନାର ୪ଜଣ ବ୍ୟକ୍ତି ଏଭଳି କିଛି କରିଛନ୍ତି,...

କାର୍ଯ୍ୟ ଚାପ ଯୋଗୁ କମୁଛି ମହିଳାଙ୍କ ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୧୨ : ପୃଥିବୀରେ ବିଭିନ୍ନ ଦେଶରେ କାର୍ଯ୍ୟ ଚାପ ଯୋଗୁ ମହିଳାଙ୍କ ଯୌନ ଜୀବନ ଅଧିକ ପ୍ରଭାବିତ ହେବାରେ ଲାଗିଛି। ଗୃହିଣୀମାନେ ଘର କାମ ସହିତ...

Advertisement
Archives

Model This Week