ପରିବା ବିକୁଛନ୍ତି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ, ୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ଫିଲ୍ମ ଅବା ଟିଭି ସିରିଏଲ୍‌ର ଶୁଟିଂ ବନ୍ଦ ରହିଛି। ନିଜ ପରିବାର ଭରଣପୋଷଣ ପାଇଁ ବଲିଉଡ୍‌ ଅଭିନେତା ଜାଭେଦ୍‌ ହୈଦର ମୁମ୍ବାଇ ରାଜରାସ୍ତାରେ ବସି ପରିବା ବିକୁଛନ୍ତି। ଏହାର ଏକ ଟିକ୍‌ଟକ୍‌ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ଡଲି ବିନ୍ଦ୍ରା ନିକଟରେ ଏହି ଭିଡ଼ିଓକୁ ଶେୟାର କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଦୁନିଆ କିପରି ବଦଳି ଯାଇଛି ତାହା ସେ ଭିଡ଼ିଓ ମାଧ୍ୟମରେ ସୂଚିତ କରିଛନ୍ତି। ପିଲାଟି ଦିନରୁ ବିଭିନ୍ନ ଫିଲ୍ମରେ ଶିଶୁ କଳାକାର ଭାବେ ଜାଭେଦ୍‌ ବହୁ ନାମୀଦାମୀ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି। ତେବେ ଲକ୍‌ଡାଉନ୍‌ ସ୍ଥିତିରେ ସଭିଏଁ ବେକାର ହୋଇ ପଡ଼ିଛନ୍ତି। ତେଣୁ କିଛି ରୋଜଗାର କରିବା ଲାଗି ସେ ଏପରି କରୁଥିବା ଭିଡ଼ିଓରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି। ସବୁ କାମ ସମାନ। କାମରେ କିଛି ଛୋଟ ଅବା ବଡ଼ ନାହିଁ। ମନଦେଇ କରୁଥିବା କାମ ସବୁବେଳେ ମହାନ ବୋଲି ଜାଭେଦ୍‌ କହିଛନ୍ତି। ଜଭେଦ୍‌ଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨୦ ଦିନରେ ବଢ଼ି ୯୧ ହଜାର ଛୁଇଁଛି। ପୂର୍ବରୁ ଏହା ୨ ହଜାର ଥିଲା। ଜାଭେଦ୍‌ଙ୍କ ପ୍ରଥମ ଫିଲ୍ମ ଖୁଦ୍‌ଗର୍ଜ ଥିଲା। ଏଥିରେ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଅଭିନୟ କରିଥିଲେ।


All Right Reserved By Dharitri.Com

୧୦ ବର୍ଷ ତଳେ ଶାହାରୁଖ୍‌ କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି...

ପ୍ରେମ ଅନ୍ତରାଳେ

ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ।...

ଟୁ-ଇନ୍‌-ଓ୍ବାନ୍‌ ଅଭି

ଥରେ ଅପେରା ସିଜନ ଅଧାରେ ଏକ ପାର୍ଟିର ଆଙ୍କର କୌଣସି କାରଣବଶତଃ ପାର୍ଟି ଛାଡ଼ି ଚାଲିଗଲେ। ଠିକ୍‌ ସେତିକିବେଳେ ଜଲିଉଡ୍‌ର ବର୍ଷୀୟାନ ଅଭିନେତା କୈଳାସ ବେହେରା...

ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା...

ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ...

‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀଙ୍କଠୁ ତାଙ୍କୁ ଅଲଗା କରିନାହିଁ’

ଡ୍ରିମ୍‌ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍‌ର ହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍‌ ନିବିଡ।...

୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କଠାରୁ ୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ୨୦୨୦ ଇଦ୍‌ରେ...

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *