ଗଞ୍ଜାମ,୯।୮(ବିଦ୍ୟାଧର ସାହୁ ): ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି। ତଥାପି କମୁନି ପନିପରିବା ଦର l ଚିନ୍ତାରେ ଖାଉଟି l ନିତ୍ୟ ଅପରିହାର୍ଯ୍ୟ ଆଳୁ ବାଇଗଣ ପିଆଜ ଓ ଲଙ୍କା ମରିଚ ଆଦି ଭଳି ପରିବା ଦର ଆକାଶ ଛୁଆଁ l ଗଞ୍ଜାମ ସହରରେ ବାଇଗଣ କିଲୋ ପ୍ରତି ି ଷାଠିଏ, ବିନ୍ସ ୧୨୦ଟଙ୍କା ,ଲଙ୍କା ମରିଚ କିଲୋ ପିଛା ୧୦୦ଟଙ୍କା, ପୋଟଳ ୭୦ ଟଙ୍କା, ସଜନା ଚୁଇଁ ୬୦ ଟଙ୍କା, ଟମାଟୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବଡ ବଜାରର ଯୁବ ପରିବା ବ୍ୟବସାୟୀ ବଳରାମ ପଲାଇ କହିଛନ୍ତି l ଏଭଳି ପରିସ୍ଥିତିରେ ଖାଉଟି ହନ୍ତସନ୍ତ ହେଉଥିବା ଜଣାପଡିଛିl ଦୁଇଶହ ଟଙ୍କାର ପରିବା ବ୍ୟାଗର ଅଧା ମଧ୍ୟ ହେଉନଥିବା କହିଛନ୍ତି ଖାଉଟି l ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଅମୃତ ଭଣ୍ଡା, କୁନ୍ଦୁରି ଆଉ ଜହ୍ନି କିଲୋ ୫୦ ଟଙ୍କା l ଗରିବ ଜନସାଧାରଣଙ୍କ ନିତିଦିନିଆ ଖାଦ୍ୟର ଅହେତୁକ ଦରବୃଦ୍ଧି ଚିନ୍ତାର ବିଷୟ ବୋଲି ଆଲୋଚନା ହେଉଛି l ପନିପରିବା ଦରଦାମ ନିୟନ୍ତ୍ରଣ ରହୁନି l ଏଥିପ୍ରତି ଜିଲା ଉଚ୍ଚ ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି ହୋଇଛି l


