ଗୁଣାତ୍ମକ ଉତ୍ପାଦକୁ ବୈଦ୍ୟନାଥର ଗୁରୁତ୍ୱ

ଭୁବନେଶ୍ୱର,୧୩।୪: ବର୍ତ୍ତମାନର ଚଳଚଞ୍ଚଳ ସମୟ ମଧ୍ୟରେ ଆମେ ଉଭୟ ଆମର ସ୍ବାସ୍ଥ୍ୟ ଓ ସମୟସୀମାକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନ ଥିବାବେଳେ କମ୍‌ ବୟସରେ ଭିନ୍ନ ଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏପରିକି ରୋଗୀ ରୋଗରୁ ନିରାକରଣ ପାଇଁ ଗୁଣାତ୍ମକ ଔଷଧ ଓ ଅଭିଜ୍ଞ ଚିକିତ୍ସକଙ୍କ ଠିକ୍‌ ପରାମର୍ଶ ପାଇପାରୁନାହିଁ। ରୋଗୀ ଓ ରୋଗ ମୁଦ୍ରାର ଉଭୟ ପାର୍ଶ୍ୱ ଭଳି ହୋଇଥିଲାବେଳେ ଚିକିତ୍ସକ ଗୁଣାତ୍ମକ ଔଷଧ ସମ୍ପର୍କରେ ଅବଗତ କରାଇବା ସହିତ ଉନ୍ନତ ମାନର ବ୍ରାଣ୍ଡ୍‌ ମଧ୍ୟ ଚିକିତ୍ସା କ୍ଷେତ୍ରରେ ବେଶ୍‌ ସହାୟକ ହୋଇଥାଏ ବୋଲି ବୈଦ୍ୟନାଥ ଆୟୁର୍ବେଦ ସମ୍ମିଳନୀ-୨୦୨୪ରେ ଯୋଗଦେଇଥିବା ଚିକିତ୍ସକ ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ସମ୍ମିଳନୀର ପ୍ରାରମ୍ଭରେ ଗ୍ଲୋବାଲ ଆୟୁର୍ବେଦ ଆଣ୍ଡ ବୈଦ୍ୟନାଥର ଏମ୍‌ଡି ଆର୍‌.କେ. ଶର୍ମା ସମ୍ମିଳନୀର ଆଭିମୁଖ୍ୟ ଓ ବ୍ରାଣ୍ଡ୍‌ର ସଫଳତା ଏବଂ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ କହିଥିଲେ, ଆମେ ରୋଗର ନିରାକରଣ ପାଇଁ ବଜାରରେ ଗୁଣାତ୍ମକ ଉତ୍ପାଦ ଉପଲବ୍ଧ କରାଇବା ସହିତ କାରବାର ବୃଦ୍ଧି ପାଇଁ ସହଯୋଗୀମାନଙ୍କ ସହ ଉତ୍ତମ ସମ୍ପର୍କ ଓ ନୂତନ ଉତ୍ପାଦ ଉନ୍ମୋଚନ ଉପରେ ବିଶେଷ ଗୁରୁତ୍ୱ ଦେଇଥାଉ। ସେହିପରି ଶ୍ରୀ ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ନେହା ଶର୍ମା ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ, ଆମେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟୀ ସହଯୋଗୀଙ୍କ ବିକାଶ ଉପରେ କାର୍ଯ୍ୟ କରୁଛୁ। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟତା ବଢ଼ାଇବା ପାଇଁ ନୂଆ ନୂଆ ଉତ୍ପାଦକୁ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ନିକଟତର କରାଇବାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ବୋଲି ସେ ମତପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ସମ୍ମିଳନୀରେ ୧୦୦ରୁ ଅଧିକ ବ୍ୟବସାୟୀ ସହଯୋଗୀ ଯୋଗ ଦେଇଥିତ୍ବାବେଳେ ସେମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ପୁରସ୍କାର ଆଦିର ବ୍ୟବସ୍ଥା ମଧ୍ୟ ବ୍ରାଣ୍ଡ୍‌ ପକ୍ଷରୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?