ଭିତ୍ତିଭୂମି ପ୍ରଗତିରେ ବେଦାନ୍ତର ଉଲ୍ଲେଖନୀୟ ଯୋଗଦାନ

ଭୁବନେଶ୍ୱର,୨୮।୧: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି। ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛି। ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି। ବିଶେଷକରି ଦକ୍ଷିଣ ପୂର୍ବ ଏସିଆ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ହୋଇଥିଲାବେଳେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦ୍ରୁତଗତିରେ ବିସ୍ତାର ହେବାକୁ ଯାଉଛି।
ସେହିଭଳି ମେକ୍‌ ଇନ୍‌ ଓଡ଼ିଶା ଓ ଅନ୍ୟାନ୍ୟ ରଣନୈତିକ ପଦକ୍ଷେପ ପରି ରଣନୀତି ମାଧ୍ୟମରେ ସରକାର ରାଜ୍ୟରେ ବ୍ୟବସାୟ କରିବାର ସୁଗମତାକୁ ବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି, ଯାହା ଫଳରେ ଏହାକୁ ନିବେଶକମାନଙ୍କ ଲାଗି ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପ୍ରଚୁର ପ୍ରାକୃତିକ ସମ୍ପଦ ସହ ରାଜ୍ୟ ଏକ ସନ୍ତୁଳିତ ଅଭିବୃଦ୍ଧି ମଡେଲରେ ବିକଶିତ ହେଉଛି, ଯାହା ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରୁଛି। ଶିକ୍ଷା, ଦକ୍ଷତା ବିକାଶ ଲାଗି ସୁଯୋଗ ବୃଦ୍ଧି ହୋଇଛି ଓ ଓଡ଼ିଶା ନିରନ୍ତର ଅଗ୍ରଗତି ପଥରେ ଆଗକୁ ବଢ଼ି ଚାଲିଛି।
ସେହିପରି ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ଏକ ପ୍ରମୁଖ ବାହକ ହୋଇଛି। ଓଡିଶାର ଲାଞ୍ଜିଗଡ଼ଠାରେ କମ୍ପାନୀର ୩.୫ ଏମଟିପିଏ ଆଲୁମିନା ରିଫାଇନାରି ଓ ଝାରସୁଗୁଡ଼ାଠାରେ ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟର ମଧ୍ୟରୁ ଗୋଟିଏ ପରିଚାଳିତ ହେଉଛି, ଯାହାର ବାର୍ଷିକ କ୍ଷମତା ୧.୮ ନିୟୁତ ଟନ୍‌ ରହିଛି। ଏହାକୁ କମ୍ପାନୀ ବିଶ୍ୱର ୧ ନିୟୁତ ଟନ୍‌ କ୍ଲବରେ ସାମିଲ କରାଇଛି। ଏହା ସହ ବେଦାନ୍ତ ଓଡ଼ିଶାର ୪ଟି କୋଇଲା ବ୍ଲକ ଓ ଗୋଟିଏ ବକ୍ସାଇଟ ବ୍ଲକ ସୁରକ୍ଷିତ ସହିତ ଫେରୋକ୍ରୋମ ତଥା ଲୁହାପଥର ଉପତ୍ାଦନରେ ଅଧିକ ନିବେଶ କରିଛି, ବିଭିନ୍ନ ଜିଲାରେ ଖଣି କାର୍ଯ୍ୟ ହେତୁ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଛି। ସ୍ଥାୟିତ୍ୱ କ୍ଷେତ୍ରରେ ନେତୃତ୍ୱ ନେଇ କମ୍ପାନୀ ପ୍ରଥମ ଭାରତୀୟ ଧାତୁ ଉପତ୍ାଦକ, ଯିଏ ରେଷ୍ଟୋରା ଉପତ୍ାଦନ କରେ, ନବୀକରଣୀୟ ଶକ୍ତିରୁ ନିର୍ମିତ କମ୍‌ କାର୍ବନଯୁକ୍ତ ଆଲୁମିନିୟମ ଉପତ୍ାଦର ଏକ ପରିସର, ଯାହା କମ୍ପାନୀ ଲାଗି ବର୍ଦ୍ଧିତ ଚାହିଦା ସୃଷ୍ଟି କରିଛି। ବେଦାନ୍ତ ଆଲୁମିନିୟମ ପ୍ରଭାବଶାଳୀ ପଦକ୍ଷେପ ଜରିଆରେ ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri