ବକ୍ସାଇଟ୍‌ ବିଶୋଧନ ପ୍ରକ୍ରିୟାରେ ବେଦାନ୍ତର ଅଭିନବ ସଫଳତା

ଭୁବନେଶ୍ୱର,୭।୧୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ଲିମିଟେଡକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷ କରି ଦେଶର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉପତ୍ାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ନୂତନ ବିଶୋଧନ ପ୍ରକ୍ରିୟାର ଶୁଭାରମ୍ଭ କରିଛି, ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବିନିଯୋଗ ସହ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦%ହ୍ରାସ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଉକ୍ତ ପ୍ରକ୍ରିୟା ଦକ୍ଷତା ଉତ୍ସକୁ ବୃଦ୍ଧି କରିବ ଓ ବିଶୋଧନ ସମୟରେ କମ ଶକ୍ତି ଦରକାର କରିବ। ଉକ୍ତ ଗବେଷଣା ପ୍ରକଳ୍ପକୁ ବେଦାନ୍ତର ବିଶ୍ୱସ୍ତରୀୟ ଆଲୁମିନା ହାଉସ ଲାଞ୍ଜିଗଡ଼ର ସମର୍ଥନ ସହିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଖଡ଼ଗପୁରଙ୍କ ସହଯୋଗରେ କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦ୍ୱାରା ପରିଚାଳିତ କରାଯିବ। ଏହା ଗ୍ଲୋବାଲ ଆଲୁମିନିୟମ ଶିଳ୍ପ ଉପରେ ସ୍ଥାୟୀ ପ୍ରଭାବ ପକାଇବ। ସେହିଭଳି ଆଲୁମିନିୟମ ପ୍ରସ୍ତୁତି ପାଇଁ ବକ୍ସାଇଟ ହେଉଛି ଏକ ମୌଳିକ ଧାତୁ ଓ ଏହାକୁ ବିଶୋଧନ କରାଯାଇ ଆଲୁମିନିୟମ ଉପତ୍ାଦ ପ୍ରସ୍ତୁତ କରାଯାଏ। ଏହି ବିଶୋଧନ ପ୍ରକ୍ରିୟାରୁ ବକ୍ସାଇଟର ଅବଶିଷ୍ଟାଂଶ ସୃଷ୍ଟି ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ଡେପୁଟି ସିଇଓ (ଆଲୁମିନା ବ୍ୟବସାୟ) ଜି.ଜି.ପାଲ କହିଛନ୍ତି, ସ୍ଥିରତା ହାସଲ କରିବାରେ କମ୍ପାନୀର କାର୍ଯ୍ୟକାରୀ ଦକ୍ଷତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଉକ୍ତ ଲକ୍ଷ୍ୟ ଉଦ୍ଦେଶ୍ୟରେ ବର୍ତ୍ତମାନ ଆମେ ଶିଳ୍ପ ସମସ୍ୟାର ସମାଧାନ ପାଇଁ ବୈଷୟିକ ନେତୃତ୍ୱାଧୀନ ଅଭିନବ ସମାଧାନ ଲାଗି ଘରୋଇ ଆର ଆଣ୍ଡ ଡି ପଦକ୍ଷେପ ଉପରେ ଧ୍ୟାନ ଦେଉଛୁ। ସେହିଭଳି ବେଦାନ୍ତ ଆଲୁମିନିୟମର ମୁଖ୍ୟ ଗବେଷଣା ଓ ବିକାଶ ଅଧିକାରୀ ଡ. ଅମିତ ଚାଟାର୍ଜି କହିଛନ୍ତି, ବକ୍ସାଇଟର ବଳକା ପଦାର୍ଥର ସଦୁପଯୋଗ ଆମ ପାଇଁ ଏକ ମାଇଲଖୁଣ୍ଟ ହେବ ଓ ଶକ୍ତି ସଂରକ୍ଷଣ ପାଇଁ ଏକ ପଥ ପ୍ରଦାନ କରିବ ଏବଂ ବିଶ୍ୱର ଆଲୁମିନିୟମ ଶିଳ୍ପକୁ ପୁନଃନିର୍ମାଣ କରିବାରେ ଏହା ବେଶ୍‌ ସହାୟକ ହେବ। ସେହିପରି ଆଇଆଇଟି ଖଡ଼ଗପୁରର ମେଟାଲର୍ଜିକାଲ ଓ ସାମଗ୍ରୀ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ଚେନ୍ନାରାଓ ବୋରା କହିଛନ୍ତି, ସ୍ଥିରତା ଲକ୍ଷ୍ୟ ପାଇଁ ବେଦାନ୍ତ ଆଲୁମିନିୟମ ଆର ଆଣ୍ଡ ଡି ପ୍ରତି ସମର୍ପିତ ହେବା ପ୍ରକୃତରେ ପ୍ରେରଣାଦାୟକ । ବିଶେଷ କରି ବକ୍ସାଇଟ ବଳକା ପଦାର୍ଥ ହ୍ରାସ ଆଲୁମିନିୟମ ଶିଳ୍ପ ପାଇଁ ଏକ ପ୍ରମୁଖ ଆହ୍ବାନ ହୋଇଥିବାବେଳେ ଯାହାକୁ ବୈଷୟିକୀ ଦ୍ୱାରା ସମ୍ଭବ କରାଯାଇପାରେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଆଇଟି ଖଡ଼ଗପୁର ଓ ବେଦାନ୍ତ ଲିମିଟେଡର ମିଳିତ ପ୍ରୟାସରେ ବିକଶିତ ହୋଇଥିବା ଉକ୍ତ ପ୍ରକ୍ରିୟା କେବଳ ବକ୍ସାଇଟ ବଳକା ପରିଚାଳନାରେ ସହାୟତା କରିବ ନାହିଁ, ଅପରପକ୍ଷରେ ମଧ୍ୟ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri