ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ର ଉଦ୍‌ଘାଟନୀ ଅବସରରେ ଘୋଷଣା କରିଛି। ଏପରିକ ସମଗ୍ର ରାଜ୍ୟରେ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ କାରଖାନା ପ୍ରତିଷ୍ଠା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେଇ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ଏହି ପରିବର୍ତ୍ତନକାରୀ ପ୍ରତିବଦ୍ଧତାର ଲକ୍ଷ୍ୟ ରହିଛି। ସେହିଭଳି ଉତ୍କର୍ଷ ଓଡ଼ିଶାର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା। ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଓଡ଼ିଶା ସରକାରଙ୍କ ସହ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କାର ଏକ ଏମ୍‌ଓୟୁ ସ୍ବାକ୍ଷର କରିଛି। ସେହିପରି ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ତଥା ଦୀର୍ଘ ୨ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଏହି ବୁଝାମଣା ମଧ୍ୟରେ ବାର୍ଷିକ ୩ ନିୟୁତ ଟନ୍‌ ଆଲୁମିନିୟମ ପ୍ଲାଣ୍ଟ ଏବଂ ଆଲୁମିନିୟମ ପାର୍କର ବିକାଶ ଅନ୍ତର୍ଭୁକ୍ତ ରହିଛି,ଯାହା ଆଲୁମିନିୟମ ଉତ୍ପାଦର ଡାଉନଷ୍ଟ୍ରିମ୍‌ ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭାହେବାକୁ ଯାଉଛି। ଏହି ପଦକ୍ଷେପ କେବଳ ବିଶ୍ୱ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁଦୃଢ଼ କରିବ ନାହିଁ, ବରଂ ୨ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିକରିବ ଏବଂ ଅଟୋମୋବାଇଲ, ଶକ୍ତି, ନିର୍ମାଣ ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ମଧ୍ୟ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି, ବେଦାନ୍ତର ଅଭିବୃଦ୍ଧି କାହାଣୀରେ ଓଡ଼ିଶା ସର୍ବଦା ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଏହାର ସମ୍ବଳ ଭାରତର ଉନ୍ନତିରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଛି। ଏହି ଏମ୍‌ଓୟୁ ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହାର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି। ଓଡ଼ିଶା ସରକାରଙ୍କ ସହ ଆମର ଦୀର୍ଘ ଦଶନ୍ଧି ଧରି ସହଯୋଗକୁ ସୁଦୃଢ଼ କରିବା ସହିତ ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବା ପାଇଁ ଆମେ ଗର୍ବିତ ଅଛୁ। ଅପରପକ୍ଷରେ ୨୦୩୦ ସୁଦ୍ଧା ଆଲୁମିନିୟମର ବିଶ୍ୱ ଚାହିଦା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଥିବା ବେଳେ ଏହି ବୁଝାମଣାପତ୍ର ଏକ ଶିଳ୍ପ ଓ ଅର୍ଥନୈତିକ ମହାଶକ୍ତି ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ରୂପାନ୍ତର ଏବଂ ଭାରତର ଶିଳ୍ପ ବିକାଶରେ ଏକ ଉତ୍‌ପ୍ରେରକ ଭାବେ ବେଦାନ୍ତର ଭୂମିକାକୁ ଦୋହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri