ଇଏସ୍‌ଆଇସି ସହ ବେଦାନ୍ତ ଲାଞ୍ଜିଗଡ଼ର ଏମ୍‌ଓୟୁ

ଭୁବନେଶ୍ୱର,୨୯ା୧୦: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ସହ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏହି ସହଭାଗିତାର ଏକ ଅଂଶ ଭାବେ ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଡାକ୍ତରଖାନା ବର୍ତ୍ତମାନ ଇଏସ୍‌ଆଇସିର ଏକ ନିଯୁକ୍ତିଦାତା ଡିସ୍‌ପେନସାରି ଭାବେ ମାନ୍ୟତା ହାସଲ କରିଛି। ବିଶେଷକରି ଇଏସ୍‌ଆଇସି ସାଧାରଣ ସ୍ବାସ୍ଥ୍ୟଜନିତ ଆପଦକୁ ତିନିସ୍ତରୀୟ ସହାୟତା ଯଥା ପ୍ରାଥମିକ, ମାଧ୍ୟମିକ ଓ ତୃତୀୟ ଶ୍ରେଣୀରେ ବିଭକ୍ତ କରିଛି, ଯେଉଁଥିରେ ଜଣେ ଇଏସ୍‌ଆଇସିର ହିତାଧିକାରୀ ଚିକିତ୍ସା ପାଇପାରିବେ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ଡେପୁଟି ସିଇଓ (ଆଲୁମିନା ବିଜ୍‌ନେସ) ଜି. ଜି. ପାଲ କହିଛନ୍ତି, ଆମ କର୍ମଚାରୀ ଓ ବ୍ୟବସାୟିକ ଭାଗୀଦାରିଙ୍କ କଲ୍ୟାଣ ଆମ ପାଇଁ ସବୁଠାରୁ ମୂଲ୍ୟବାନ। ଇଏସ୍‌ଆଇସି ସହ ଏହି ସହଭାଗିତା ଆମର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଇଏସ୍‌ଆଇସିର କଲ୍ୟାଣକାରୀ ଯୋଜନାରୁ ସୁବିଧା ଓ ଲାଭ ମିଳିବ। ଲାଞ୍ଜିଗଡ ବେଦାନ୍ତ ହସ୍ପିଟାଲ ଲୋକମାନଙ୍କୁ ଦୀର୍ଘ ୧୫ବର୍ଷ ହେଲା ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛି। ସେହିଭଳି ଇଏସ୍‌ଆଇସିର ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶା ଭୁବନେଶ୍ୱରର ପାର୍ଥସାରଥି ପଣ୍ଡା କହିଛନ୍ତି, ଆମେ ଖୁସି ଯେ ବେଦାନ୍ତ ତା’ର ହସ୍ପିଟାଲ ସହିତ ଇଏସ୍‌ଆଇସିକୁ ସାମିଲ କରାଇଛି, ଯାହାଦ୍ୱାରା ସ୍ଥାନୀୟ ଗୋଷ୍ଠୀ ବହୁ ଲାଭବାନ ହେବେ। ଏହି ପଦକ୍ଷେପ ଦ୍ୱାରା ବେଦାନ୍ତର କର୍ମଚାରୀମାନେ ବିଶେଷ ଭାବେ ଉପକୃତ ହେବେ। ବେଦାନ୍ତ ଲାଞ୍ଜିଗଡ଼ କର୍ମଚାରୀ ଓ ସ୍ଥାନୀୟ ଜନବର୍ଗଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri