ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ ତା’ର ପ୍ରତିଶ୍ରୁତିକୁ ଦୋହରାଇଛି। ବିଶେଷକରି କମ୍ପାନୀ ତା’ର ଦୁଇ ସ୍ତରୀୟ ଆଭିମୁଖ୍ୟକୁ ପ୍ରତିପାଦିତ କରିବା ଲାଗି ବିଶ୍ୱସ୍ତରୀୟ କାର୍ଯ୍ୟରେ ସମୃଦ୍ଧ ନିଯୁକ୍ତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିକ୍ଷା, ଦକ୍ଷତା, ବିକାଶ, ତୃଣମୂଳ କ୍ରୀଡ଼ା ଓ ପାରମ୍ପରିକ କଳା କ୍ଷେତ୍ରରେ ଯୁବକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ମାଧ୍ୟମରେ ସଶକ୍ତ କରୁଛି। ଏହାଦ୍ୱାରା ସେମାନେ ନିଜର ଜୀବିକା ନିର୍ବାହ କରିବା ସହ ନୂଆ ଲକ୍ଷ୍ୟ ସ୍ଥାପନ କରିଛନ୍ତି ଓ ଗୋଷ୍ଠୀ ତଥା ଦେଶରେ ସାମାଜିକ ଅର୍ଥନୈତିକ ବିକାଶ ହୋଇପାରିଛି।
ସେହିଭଳି ବେଦାନ୍ତ ଆଲୁମିନିୟମ କାର୍ଯ୍ୟ ପରିସର ଛତିଶଗଡ଼ର ବାଲ୍‌କୋ, ଝାରସୁଗୁଡ଼ାର ସର୍ବବୃହତ୍‌ ଆଲୁମିନିୟମ ସ୍ମେଲଟର ଓ ଲାଞ୍ଜିଗଡ଼ର ବିଶ୍ୱସ୍ତରୀୟ ଆଲୁମିନିୟମ ରିଫାଇନେରି ଅନ୍ତର୍ଭୁକ୍ତ ରହିଛି। ଉପରୋକ୍ତ କାର୍ଯ୍ୟ ପରିସରରେ ବେଦାନ୍ତର ୫୫% ରୁ ଅଧିକ କର୍ମଚାରୀ ବିଂଶ ଶତାବ୍ଦୀରେ ଶ୍ରେଷ୍ଠ ପ୍ରତିଭାଙ୍କୁ ନେଇ ଗଠିତ ହୋଇଛି। ଉକ୍ତ ସ୍ଥାନଗୁଡିକରେ ଉଚ୍ଚପ୍ରତିଭାଧାରୀଙ୍କ ସହ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟା ଉପରେ କମ୍ପାନୀ କାର୍ଯ୍ୟ କରି ବିଶ୍ୱର ୬୦ରୁ ଅଧିକ ଦେଶକୁ ସାମଗ୍ରୀ ଯୋଗାଉଛି।
ସେହିପରି କମ୍ପାନୀ କର୍ମଚାରୀଙ୍କ ହାରାହାରି ବୟସକୁ ଦୃଷ୍ଟିରେ ରଖି ବେଦାନ୍ତ ବର୍ତମାନ ଯୁବାବସ୍ଥାରେ ଥିବାବେଳେ ଯୁବକର୍ମଚାରୀଙ୍କର ହାରାହାରି ବୟସ ୨୬ରୁ ୨୮ ବର୍ଷ ମଧ୍ୟରେ ରହିଛି। ବେଦାନ୍ତ ଆଲୁମିନିୟମ କାର୍ଯ୍ୟର ଆକାର ଓ ମାପ ପ୍ରଦାନ କରି ଯୁବକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛି। ଏପରିକି ଉପଯୁକ୍ତ ତାଲିମ ପ୍ରଦାନ ଓ ଆଗକୁ ବଢିବା ଲାଗି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହ ମିଳିତ ହୋଇଛି।
ଗୋଷ୍ଠୀର ବିକାଶ ଲାଗି କମ୍ପାନୀ ତା’ର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ନିର୍ଭରକରି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରାୟ ୧୫,୦୦୦ ଯୁବକଙ୍କୁ ସଫଳତାର ସହ ତାଲିମ ଦେଇଛି। ବିଭିନ୍ନ ଧନ୍ଦାମୂଳକ ଦକ୍ଷତା, ଉଦ୍ୟୋଗିତା, ଜଳବାୟୁ ପ୍ରତିରୋଧୀ କୃଷି, ପାରମ୍ପରିକ କଳା ଓ ହସ୍ତଶିଳ୍ପର ବିକାଶ ଜରିଆରେ ଯୁବକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରିବାରେ ସାହାଯ୍ୟ କରୁଛି। ପ୍ରକଳ୍ପ ପଞ୍ଚତ୍ି ଜରିଆରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି। ଏଥିପାଇଁ କମ୍ପାନୀ ସେମାନଙ୍କ ଲାଗି ଉପଯୁକ୍ତ ତାଲିମ ବ୍ୟବସ୍ଥା ମଧ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?