ବେଦାନ୍ତକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର

ଭୁବନେଶ୍ୱର,୧୪।୧: ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇର ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ ଆଓ୍ବାର୍ଡ-୨୦୨୦ କାର୍ଯ୍ୟକ୍ରମରେ ଡିଜିଟାଲୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୃଥିବୀର ତୃତୀୟ ତଥା ଭାରତର ପ୍ରଥମ ଥର ଡିଜିଟାଲ ସ୍ମେଲଟର ଜ୍ଞାନକୌଶଳ ବେଦାନ୍ତର ଝାରସୁଗୁଡ଼ା(ଓଡିଶା) ପ୍ଲାଣ୍ଟରେ ସ୍ଥାପନ କରାଯାଇଛି। ଆତ୍ମନିର୍ଭର ଭାରତ ଗଠନ ଅନ୍ତର୍ଗତ ହୋଇଥିବା ଏହି ଡିଜିଟାଲ ଟ୍ରାନ୍ସଫର୍ମେଶନ ସମ୍ମିଟରେ ୩୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଅଂଶ ଗ୍ରହଣ କରିଥିଲେ। ବେଦାନ୍ତ ଆଲୁମିନିୟମର ଡିଜିଟାଲ ସ୍ମେଲଟର ପ୍ରକଳ୍ପର କାର୍ଯ୍ୟଶୈଳୀ ସମ୍ପର୍କରେ ଏଠାରେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବେଦାନ୍ତ ଲିମିଟେଡ୍‌ର ଆଲୁମିନିୟମ ଏବଂ ପାଓ୍ବାର ବିଜ୍‌ନେସ୍‌ର ସିଇଓ ଅଜୟ କପୁର କହିଥିଲେ, ଆମେ ଶ୍ରେଷ୍ଠ ଡିଜିଟାଲ ସମାଧାନ ସହାୟତାରେ କାର୍ଯ୍ୟକାରୀ ଦକ୍ଷତା ଏବଂ ଅପ୍ଟିମାଇଜିଂ ମୂଲ୍ୟ ଏବଂ କଞ୍ଚାମାଲର ଉପଯୋଗ କମାଇବା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି...

ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧

ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା...

ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ...

ଦେବାଶୀଷ ଚାଟାର୍ଜୀ ମାଇଣ୍ଡଟ୍ରି ସିଇଓ, ଏମ୍‌ଡି

ନୂଆଦିଲ୍ଲୀ,୩-୮: ଆଇଟି କମ୍ପାନୀ ମାଇଣ୍ଡଟ୍ରି ଲିମିଟେଡ କଗ୍ନିଜାଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶୀଷ ଚାଟାର୍ଜୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତ...

ବିଦେଶକୁ ଖସିପାରିଲେନି ନରେଶ ଗୋୟଲ

ମୁମ୍ବାଇ,୨୬-୫: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ବିଦେଶ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶନିବାର ଗୋୟଲଙ୍କ...

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ...

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ...

ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ

ନୂଆଦିଲ୍ଲୀ,୨୦-୧୦: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିଶ୍ୱ ସ୍ତରରେ ଅନିଶ୍ଚିତତା ସୃଷ୍ଟି କରୁଛି। ଏହା ଦ୍ୱାରା ସାମଗ୍ରୀ ପୁଞ୍ଜି...

Advertisement


Archives

Model This Week

Why Dharitri