ବେଦାନ୍ତ ଆଲୁମିନିୟମର ନୂତନ ପ୍ରୟାସ

ଭୁବନେଶ୍ୱର,୧୮।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏପରିକି ବୁଧବାର କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂତନ ପ୍ରୟାସ ‘ଡିଜିଟାଲ ଅଭିନବତା ପ୍ରଦର୍ଶନ’ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ମେକ୍‌ ଇନ୍‌ ଇଣ୍ଡିଆ ନୀତି ସହ ଏହି ପ୍ରୟାସ କମ୍ପାନୀର ଉଦ୍ୟମ ବେଦାନ୍ତ ସ୍ପାର୍କ, ଏକ ଅନନ୍ୟ ବିଶ୍ୱ କର୍ପୋରେଟ ଇନାଭେସନ ଦିଗ ଯାହା ଷ୍ଟାର୍ଟଅପ୍‌ଗୁଡିକୁ ବଡ଼ ଧରଣର ପ୍ରଭାବ ସୃଷ୍ଟି କରିବାରେ ସହାୟତା କରିଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଳାଭେନ କହିଛନ୍ତି, ଭାରତର ଅର୍ଥନୀତି ଓ ବିଶ୍ୱ ଆଭିମୁଖ୍ୟରେ ବୃଦ୍ଧି ତା’ର ଗତିଶୀଳତା ଓ ନିରନ୍ତର ଉଦ୍ୟୋଗୀ ଉତ୍ସାହ ଦ୍ୱାରା ଜାଗ୍ରତ ହୋଇଛି। ବେଦାନ୍ତ ଆଲୁମିନିୟମ ଉକ୍ତ ଷ୍ଟାର୍ଟଅପ୍‌ଗୁଡ଼ିକରୁ ବିକିରଣ କରୁଥିବା ନିରନ୍ତର ଡ୍ରାଇଭକୁ ସମ୍ପନ୍ନ କରିଥାଏ, ଯାହା ବିଶ୍ୱର ଉତ୍କର୍ଷ ପାଇଁ ଏହି ପ୍ରୟାସ ଆଗକୁ ନେଇଥାଏ। ତେଣୁ ଆମେ ନିଜର ଉପତ୍ାଦନ ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସଦୁପଯୋଗ କରୁଛୁ। ଉଲ୍ଲେଖଯୋଗ୍ୟ, ଭାରତର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମର ୯୦ଟି ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୬୦ଟି ଅତ୍ୟାଧୁନିକ ପ୍ରଯୁକ୍ତି ଷ୍ଟାର୍ଟ ଅପ ସହିତ ସହଭାଗିତାକୁ ମଧ୍ୟ ପାଳନ କରୁଛି। ଏପରିକି କମ୍ପାନୀ ୪.୦ ପ୍ରଯୁକ୍ତି ଉପଯୋଗ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ମେଶିନ ଲର୍ନିଂ, ଟେକ୍ନୋଲୋଜି, କମ୍ପ୍ୟୁଟର ଭିଜନ ପ୍ରଭୃତି ଆଦିକୁ ୟୁନିଟଗୁଡିକରେ ଉପଯୋଗ କରୁଛି। ବିଶେଷକରି କମ୍ପାନୀ ସେମାନଙ୍କ ସହଯୋଗର ସଫଳତାକୁ ପ୍ରଦର୍ଶନ କରିବା ଓ କମ୍ପାନୀର ଜଟିଳ କାର୍ଯ୍ୟରେ ଉଦୀୟମାନ ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶନ କରିବା ଲାଗି ଏକ ଜ୍ଞାନ ବଣ୍ଟନ ଅଧିବେଶନ କାର୍ଯ୍ୟକ୍ରମ ଜରିଆରେ ବହୁ ଅଗ୍ରଣୀ ଷ୍ଟାର୍ଟଅପ୍‌କୁ ନିମନ୍ତ୍ରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?