ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏପରିକି ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅଧୀନ ଜାମକାନି, ଗିରିସମା, ମୁଣ୍ଡେରଖେଟ, ଝାରପଲମ ଏବଂ ହେମଗିର ଭଳି ପ୍ରାୟ ୬ କି.ମି. ବ୍ୟାପୀ ଦୂରାନ୍ତ ଗ୍ରାମଞ୍ଚଳରେ କମ୍ପାନୀ ପ୍ରାୟ ୧୦୦ ସୋଲାର ପାଓ୍ବାରଡ୍‌ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ କରାଯାଇଛି। ବିଶେଷକରି କମ୍ପାନୀର ଏହି ପଦକ୍ଷେପ ଗୋଷ୍ଠୀର ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ସମ୍ପୃକ୍ତ ଅଞ୍ଚଳ ଲାଗି ଏହା ଏକ ନିର୍ଭରଯୋଗ୍ୟ ଓ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରୁଛି। ସେହିଭଳି ଉପରୋକ୍ତ ଗ୍ରାମଗୁଡ଼ିକ ମଧ୍ୟରେ ଏହି ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାକୁ ସବୁବର୍ଗର ଲୋକ ପସନ୍ଦ କରୁଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ପରାମର୍ଶରେ ଉକ୍ତ ଲାଇଟଗୁଡିକ ଲଗାଯାଇଥିଲା। ଏପରିକି ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳର ବିଦ୍ୟାଳୟ, ପାନୀୟ ଜଳ ପଏଣ୍ଟ, ନଳକୂପ(କୂଅ), ଛକ ଓ ଗୋଷ୍ଠୀ କେନ୍ଦ୍ର ଭଳି ସ୍ଥାନ ଚିହ୍ନଟ କରାଯାଇ ସୋଲାର ଲାଇଟ ସ୍ଥାପନ କରାଯାଇଥିଲାବେଳେ ଆଲୋକର ସ୍ଥାପନା ଗୋଷ୍ଠୀର ଆବଶ୍ୟକତା ପୂରଣ ହେବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି କୁହାଯାଇଛି। ସେହିପରି ବେଦାନ୍ତ ଗ୍ରୁପ୍‌ର ମାଇନ୍ସ ଟିମ୍‌ ଏହାର ସ୍ଥାୟୀ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ସହାୟତାକରି ଏକ ସବୁଜ ତଥା ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଆଲୋକିତ କରିବାରେ ଲାଗିଛି। ଏପରିକି ଜାତିସଂଘ ସହ ସମାନ୍ତରଳ ଭାବେ ୨୦୩୦ ସୁଦ୍ଧା ସୁଲଭ, ନିର୍ଭରଯୋଗ୍ୟ ଓ ସ୍ଥାୟୀ ତଥା ଆଧୁନିକ ଶକ୍ତି ନିଶ୍ଚିତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଛନ୍ତି, ଆମେ କାର୍ଯ୍ୟ କରୁଥିବା ଅଞ୍ଚଳରେ ଲୋକମାନଙ୍କ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେଇ ଆସୁଛୁ। ଏପରିକି ସେମାନଙ୍କ କଲ୍ୟାଣ ପାଇଁ ଆମେ ବହୁବିଧ ପଦକ୍ଷେପ ମଧ୍ୟ ନେଉଛୁ। ସେହିଭଳି ଆମର ସୌର ଆଲୋକୀକରଣ ପଦକ୍ଷେପ ହେଉଛି, ପରିବେଶ ପରିଚାଳନା ଓ ଗୋଷ୍ଠୀର କଲ୍ୟାଣକୁ ଅଗ୍ରାଧିକାର ଦେବା। ଏହି ପଦକ୍ଷେପ ଏକ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସ୍ଥାୟିତ୍ୱ ଓ ପରିବେଶ ସଚେତନତା ଉପରେ ମହତ ଯୋଗଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri