ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏପରିକି ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅଧୀନ ଜାମକାନି, ଗିରିସମା, ମୁଣ୍ଡେରଖେଟ, ଝାରପଲମ ଏବଂ ହେମଗିର ଭଳି ପ୍ରାୟ ୬ କି.ମି. ବ୍ୟାପୀ ଦୂରାନ୍ତ ଗ୍ରାମଞ୍ଚଳରେ କମ୍ପାନୀ ପ୍ରାୟ ୧୦୦ ସୋଲାର ପାଓ୍ବାରଡ୍‌ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ କରାଯାଇଛି। ବିଶେଷକରି କମ୍ପାନୀର ଏହି ପଦକ୍ଷେପ ଗୋଷ୍ଠୀର ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ସମ୍ପୃକ୍ତ ଅଞ୍ଚଳ ଲାଗି ଏହା ଏକ ନିର୍ଭରଯୋଗ୍ୟ ଓ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରୁଛି। ସେହିଭଳି ଉପରୋକ୍ତ ଗ୍ରାମଗୁଡ଼ିକ ମଧ୍ୟରେ ଏହି ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାକୁ ସବୁବର୍ଗର ଲୋକ ପସନ୍ଦ କରୁଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ପରାମର୍ଶରେ ଉକ୍ତ ଲାଇଟଗୁଡିକ ଲଗାଯାଇଥିଲା। ଏପରିକି ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳର ବିଦ୍ୟାଳୟ, ପାନୀୟ ଜଳ ପଏଣ୍ଟ, ନଳକୂପ(କୂଅ), ଛକ ଓ ଗୋଷ୍ଠୀ କେନ୍ଦ୍ର ଭଳି ସ୍ଥାନ ଚିହ୍ନଟ କରାଯାଇ ସୋଲାର ଲାଇଟ ସ୍ଥାପନ କରାଯାଇଥିଲାବେଳେ ଆଲୋକର ସ୍ଥାପନା ଗୋଷ୍ଠୀର ଆବଶ୍ୟକତା ପୂରଣ ହେବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି କୁହାଯାଇଛି। ସେହିପରି ବେଦାନ୍ତ ଗ୍ରୁପ୍‌ର ମାଇନ୍ସ ଟିମ୍‌ ଏହାର ସ୍ଥାୟୀ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ସହାୟତାକରି ଏକ ସବୁଜ ତଥା ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଆଲୋକିତ କରିବାରେ ଲାଗିଛି। ଏପରିକି ଜାତିସଂଘ ସହ ସମାନ୍ତରଳ ଭାବେ ୨୦୩୦ ସୁଦ୍ଧା ସୁଲଭ, ନିର୍ଭରଯୋଗ୍ୟ ଓ ସ୍ଥାୟୀ ତଥା ଆଧୁନିକ ଶକ୍ତି ନିଶ୍ଚିତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଛନ୍ତି, ଆମେ କାର୍ଯ୍ୟ କରୁଥିବା ଅଞ୍ଚଳରେ ଲୋକମାନଙ୍କ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେଇ ଆସୁଛୁ। ଏପରିକି ସେମାନଙ୍କ କଲ୍ୟାଣ ପାଇଁ ଆମେ ବହୁବିଧ ପଦକ୍ଷେପ ମଧ୍ୟ ନେଉଛୁ। ସେହିଭଳି ଆମର ସୌର ଆଲୋକୀକରଣ ପଦକ୍ଷେପ ହେଉଛି, ପରିବେଶ ପରିଚାଳନା ଓ ଗୋଷ୍ଠୀର କଲ୍ୟାଣକୁ ଅଗ୍ରାଧିକାର ଦେବା। ଏହି ପଦକ୍ଷେପ ଏକ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସ୍ଥାୟିତ୍ୱ ଓ ପରିବେଶ ସଚେତନତା ଉପରେ ମହତ ଯୋଗଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri