ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନା ପାଣ୍ଠି ବିନିଯୋଗର ସାମାଜିକ ସମୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ବ୍ଲକରେ ନିଯୁକ୍ତ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଓ ବିଆରପିମାନଙ୍କ ଦ୍ୱାରା ୨୩ ପଞ୍ଚାୟତର ୨୧୦ ଭିବି ରାମଜି କାର୍ଯ୍ୟ ଓ ୩୨ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ପାଣ୍ଠି ବିନିଯୋଗର ସମୀକ୍ଷା ରିପୋର୍ଟ ପ୍ରଦର୍ଶନ କରାଯାଇଛି। ରିପୋର୍ଟରେ ୧୧ ଭିବି ରାମଜି କାର୍ଯ୍ୟରେ ମୋଟ ୨୭୨୧୪୫ ଟଙ୍କାର ଜିଏସ୍‌ଟି ଦେୟ ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି। ବ୍ଲକ୍‌ରେ କାର୍ଯ୍ୟରତ ସହଯୋଗୀ ବିଭାଗ ଆଇଟିଡିଏ ଦ୍ୱାରା ୨ ପ୍ରକଳ୍ପ କାର୍ଯ୍ୟ କରାନଯାଇ ୩୫୫୬୯୨ ଟଙ୍କା ପ୍ରଦାନ କରାଯାଇଛି। ନନ୍ଦପୁର ଜଳଛାୟା ପ୍ରକଳ୍ପ ଦ୍ୱାରା ବାଡେଲ ପଞ୍ଚାୟତ ଚାରାରୋପଣ କରା ନ ଯାଇ ୨୭୧୩୬୨ ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ସେହିପରି ୩୨ ସ୍କୁଲର ସମୀକ୍ଷା ବେଳେ କ୍ୱାଲିଟି ଏଜୁକେଶନ ଦିଆଯାଉ ନ ଥିବା, ଖେଳପଡିଆ, ଶୌଚାଳୟ, ପାନୀୟଜଳ, ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବା ପରିଲକ୍ଷିତ ହୋଇଛି। ବାଡେଲ ପଞ୍ଚାୟତସ୍ଥିତ ଖମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସମୀକ୍ଷା ଦିନ ୧୫ ଛାତ୍ରୀଛାତ୍ର ଓ ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ପିୟୁପିଏସ ସ୍କୁଲରେ ୧୦ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ଆଟେଣ୍ଡାଣ୍ଟ ରେଜିଷ୍ଟରରେ କର୍ତ୍ତୃପକ୍ଷ ଉପସ୍ଥିତ ଦର୍ଶାଇଥିବା ଜିଲା ସାମାଜିକ ସମୀକ୍ଷକ ମହାରଣା ସୂଚନା ଦେଇଛନ୍ତି। ପ୍ରକଳ୍ପଗୁଡ଼ିକର ତଦାରଖ କରୁଥିବା ଯନ୍ତ୍ରୀମାନଙ୍କୁ ଜିଏସ୍‌ଟି ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ପ୍ରକଳ୍ପ କାମ ନ କରି ଟଙ୍କା ଉଠାଇଥିବା ୨ ବିଭାଗ ସମ୍ପର୍କରେ ଜିଲାପାଳ ଓ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇ ନିର୍ଦ୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଜିଲା ଶିକ୍ଷାଧିକାରୀ ଓ ଡିପିଇପି ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଭିତ୍ତିଭୂମି ଓ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତି ନେଇ ଅବଗତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଶିବିରରେ ୨୩ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ପିଇଓ, ଡିଈଓ, ଯନ୍ତ୍ରୀ, ୩୨ ବିଦ୍ୟାଳୟ କର୍ତ୍ତୃପକ୍ଷ, ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନଗେନ ତ୍ରିପାଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏପିଓ ସୌମେନ୍ଦ୍ର ନାୟକ, ବିଆରପି ଓ ଗ୍ରାମସାଥୀମାନେ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଶିବିର ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! କିମ୍‌ କଲେ ୧୦ ମିସାଇଲ ଆଟାକ୍‌, ଛାରଖାର ହୋଇଯିବ…

ନୂଆଦିଲ୍ଲୀ,୧୪।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆଉ ଏକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…

ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri