ବସୁଧୈବ କୁଟୁମ୍ବକମ୍‌ ବାର୍ତ୍ତା ଦେବ ଶଙ୍ଖ ଭବନ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୬ଠାରେ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟତୃତୀୟା ଅବସରରେ ଲୋକାର୍ପଣ କରିଛନ୍ତି। ଶଙ୍ଖ ଭବନ କେବଳ ଭୌତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ୱ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ। ବିଶ୍ୱ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀଜଗନ୍ନାଥଙ୍କ ମହାନ୍‌ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରିବା ସହ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ପ୍ରଚାର କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶଙ୍ଖଭବନରୁ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଭଲପାଉଥିବା ତଥା ରାଜ୍ୟର ବିକାଶ, ଓଡ଼ିଆ ସ୍ବାଭିମାନର ସୁରକ୍ଷା ଏବଂ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ୧୯୯୭ ଥିଲା ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ। ବିଜୁବାବୁଙ୍କ ଆଦର୍ଶ, ସେବା, ସ୍ବାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବରେ ଓଡ଼ିଶାବାସୀଙ୍କ ସେବାରେ ରହି ସେଦିନର ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି। ବିଜୟର ଶୁଭଶଙ୍ଖ ବାଜି ଚାଲିଛି। ଏ ଶଙ୍ଖ ଭବନ ହେବ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପ୍ରିୟ ଭବନ। ଓଡ଼ିଶାର ଅତୀତ ସହ ଏହାର ଭବିଷ୍ୟତକୁ ଯୋଡ଼ିବ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଏକାଠି କରିବ। ଓଡ଼ିଶାର ବିକାଶ ପାଇଁ ସମର୍ପିତ ହେବ। ଓଡ଼ିଆ ସ୍ବାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ। ବିଜେଡିର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ନବୀନ କହିଛନ୍ତି ଯେ, ସ୍ଥିରତା ଆମକୁ ସଫଳତା ଦେଇଛି। ସାଧୁତା ଆନନ୍ଦର ମାର୍ଗ ଖୋଲିଛି। ଶାନ୍ତି ଆମକୁ ସମୃଦ୍ଧି ଦେଇଛି ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକ, ସ୍ଥପତି ଏବଂ ଯୁବ, ଛାତ୍ର, ମହିଳା କର୍ମୀ
ଓ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ସେବାର ସଂସ୍କୃତିକୁ ଆଗକୁ ନେବା, ବିକାଶକୁ ଆଗକୁ ନେବା, ଓଡ଼ିଶା ମା’ର ଗୌରବକୁ ଆହୁରି ଉଜ୍ଜ୍ୱଳ କରିବା ଲାଗି ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି।
ଏହି ଅବସରରେ ଗୋଟିଏ ପରେ ଗୋଟିଏ ୩୦ ଜିଲାର ଏମ୍‌ପି, ବିଧାୟକ, ବରିଷ୍ଠ ନେତା, କର୍ମୀମାନେ ନିଜ ଅଞ୍ଚଳର ପ୍ରସିଦ୍ଧ କଳା, ସ୍ଥାପତ୍ୟ, ଲୋକକଳା ଆଦି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାରଗୁଡ଼ିକ ଶଙ୍ଖ ଭବନରେ ସ୍ଥାନ ପାଇବ। ସମ୍ପୃକ୍ତ ଜିଲାରୁ ଆସୁଥିବା ନେତା ଓ କର୍ମୀମାନେ ସେମାନଙ୍କ ପ୍ରଦତ୍ତ କଳାକୃତିଗୁଡ଼ିକୁ ପରବର୍ତ୍ତୀ ସମୟରେ ଦେଖିପାରିବେ। ବିଜୁ ଛାତ୍ର, ଯୁବ, ମହିଳା ଜନତା ଦଳର କର୍ମୀ ଓ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶଙ୍ଖ ଭବନର ତୃତୀୟ ମହଲାରେ ଥିବା ନିଜ ଚାମ୍ବରକୁ ଯାଇଥିଲେ। ସେଠାରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ୧୦ଟା ୩୫ରେ ବିଜେଡି କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେ ପ୍ରଥମେ ଗଣେଶ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଦେଇ ପ୍ରଥମ ମହଲାକୁ ଯାଇଥିଲେ। ସେଠାରେ ସେ ଶଙ୍ଖ ଭବନ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।
ଚାରି ମହଲା ବିଶିଷ୍ଟ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଶହୀଦ୍‌ ଲକ୍ଷ୍ମଣ ନାୟକ, ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି, ଧରଣୀଧର ଭୂୟଁା, ମା’ ରମାଦେବୀ, ପାର୍ବତୀ ଗିରି, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, କୁନ୍ତଳା କୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏଥିସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଟିଲିମ୍ୟାନ (ତାବିଜ) ଶୋଭା ପାଇବ ଏବଂ ଓଡ଼ିଶାର ୩୦ ଜିଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ।
ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ। ଏହାସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ତଳ ମହଲା ପାର୍କିିଂ ପାଇଁ ରଖାଯାଇଥିବା ବେଳେ ପ୍ରଥମ ମହଲାରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ବସିବା ଭଳି କନ୍‌ଭେନ୍‌ଶନ୍‌ ହଲ, ୨୫୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମ କରାଯାଇଛି। ଏଥିସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ମଧ୍ୟ କନ୍‌ଫରେନ୍ସ ହଲ ରହିଛି। ଦ୍ୱିତୀୟ ମହଲାରେ ୩୦ଟି ରୁମ୍‌ ରହିଛି। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ କରାଯାଇଥିବାବେଳେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ସ୍ବତନ୍ତ୍ର ଚାମ୍ବର କରାଯାଇଛି। ଏଠାରେ ଆଇଟି ସେଲ୍‌ ପାଇଁ ମଧ୍ୟ ଏକ କାର୍ଯ୍ୟାଳୟ ରହିଛି। ଏଥିରେ କ୍ୟାଣ୍ଟିନ ସହ ଅତ୍ୟାଧୁନିକ ସୁବିଧା ରହିଛି।
ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବାରୁ ସକାଳ ୭ଟାରୁ ବିଭିନ୍ନ ଅଞ୍ଚଳରୁ ଛାତ୍ର, ଯୁବ, ମହିଳା କର୍ମୀ, ବରିଷ୍ଠ ନେତାମାନେ ବିଜେଡି ନୂତନ କାର୍ଯ୍ୟାଳୟ ଶଙ୍ଖଭବନ ଅଭିମୁଖେ ବାହାରିଥିଲେ। ଏଜି ଛକରୁ ଏୟାରପୋର୍ଟ ଛକ ଯାଏ ରାସ୍ତାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଦ୍ୟ ଓ ନୃତ୍ୟରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଦଳୀୟ ନେତାମାନଙ୍କୁ ବିଜେଡି ଶଙ୍ଖ ଚିହ୍ନ ଥିବା ଗାମୁଛା ଓ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ତଳ ମହଲାରେ ଯୁବ, ଛାତ୍ର, ମହିଳା ନେତା ଓ କର୍ମୀ, କର୍ପୋରେଟର, ଜିଲା ସଭାପତି, ବ୍ଲକ ସଭାପତିମାନେ ବସି ଏଲ୍‌ସିଡି ଜରିଆରେ ଉଦ୍‌ଘାଟନୀ ଉତ୍ସବ ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିଥିଲେ। କର୍ମୀମାନଙ୍କୁ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri