ଘରର ବାଲ୍‌କୋନି ପାଇଁ ବାସ୍ତୁ

ବାଲ୍‌କୋନି ହେଉଛି ଘରର ଏମିତି ଏକ ସ୍ଥାନ, ଯେଉଁଠାରେ ଟିକେ ବସି ବାହାରର ଦୃଶ୍ୟ ଦେଖିଦେଲେ ମନକୁ ବେଶ୍‌ ହାଲ୍‌କା ଲାଗେ। ତେବେ ଏହି ବାଲ୍‌କୋନିକୁ ନେଇ ମଧ୍ୟ ରହିଛି କେତୋଟି ନିୟମ; ଯାହାକୁ ମାନିଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି…

* ଘରର ଉତ୍ତର-ପୂର୍ବ ଦିଗରେ ବାଲ୍‌କୋନି ରହିବା ସବୁଠାରୁ ଉତ୍ତମ। କାରଣ ଏହି ଦିଗରେ ସୂର୍ଯ୍ୟଙ୍କର ସବୁଠୁ ଅଧିକ ପ୍ରକାଶ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

* ଉତ୍ତର ଦିଗରେ ମଧ୍ୟ ବାଲ୍‌କୋନି ରଖିପାରିବେ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ବାଲ୍‌କୋନି ରହିବା ଆଦୌ ଶୁଭପ୍ରଦ ନୁହେଁ।

* ବାଲ୍‌କୋନିର ଚଟାଣକୁ ଘରର ଚଟାଣ ସାଙ୍ଗେ ସମାନ ନ କରି ଟିକେ ତଳକୁ କରିବା ଉତ୍ତମ।

* ବାଲ୍‌କୋନିରେ ହାଲ୍‌କା ଓଜନର ଫର୍ନିଚର ପକାଇବା ଭଲ। ଏଥିପାଇଁ ବେତର ଫର୍ନିଚର ହେଉ ଅବା ବିନ୍‌ ବ୍ୟାଗ୍‌ ବେଷ୍ଟ ଅପ୍ସନ।

* ବାଲ୍‌କୋନିରେ ଝୁଲା ଲଗାଇବା ପାଇଁ ଉତ୍ତର କିମ୍ବା ଦକ୍ଷିଣ ଦିଗ ହେଉଛି ସବୁଠୁ ଉତ୍ତମ।

* ଧ୍ୟାନଦେବେ, ବାଲ୍‌କୋନି ଛାତର ଉଚ୍ଚତା ଯେମିତି ଘରର ଉଚ୍ଚତାଠାରୁ ଟିକେ ତଳକୁ ରହୁଥିବ।

* ବାଲ୍‌କୋନିରେ ଛୋଟ ଛୋଟ ଗଛ ଲଗାଇବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। କିନ୍ତୁ ଏଠାରେ ଲତା ଜାତୀୟ ଗଛ ଲଗାଇବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ବାଲ୍‌କୋନି କବାଟର ରଙ୍ଗ ଯେତେ ହାଲ୍‌କା ହେବ ସେତେ ଭଲ। ଧଳା, ହାଲ୍‌କା ସବୁଜ, ହାଲ୍‌କା ନୀଳ, ଗୋଲାପୀ ରଙ୍ଗ ଏଥିପାଇଁ ବେଷ୍ଟ।