Posted inରାଜ୍ୟ

ବିନା ଲଗେଜରେ ଟ୍ରେନ୍‌ରେ ଚୋରାଚାଲାଣ ହେଉଛି ବିଭିନ୍ନ ସାମଗ୍ରୀ, ରେଳ ବିଭାଗ ନୀରବଦ୍ରଷ୍ଟା

କେସିଙ୍ଗା,୨ା୭(ତୁମେଶ୍ୱର ସାହୁ): ବୁଧବାର ମଧ୍ୟାହ୍ନରେ ବିଶାଖାପାଟଣା -ରାୟପୁର ଅଭିମୁଖେ ଚାଲୁଥିବା ପାସେଞ୍ଜର ଟ୍ରେନ୍‌ରେ ବିନା ଲଗେଜ୍‌ରେ ହଜାର ହଜାର କ୍ୱିଣ୍ଟାଲ ବିଭିନ୍ନ ସାମଗ୍ରୀ ଚୋରାରେ ଚାଲାଣ ହେଉଥିବା କେସିଙ୍ଗା ରେଳବାଇ ଷ୍ଟେଶନରେ ବୁଧବାର ଦେଖିବାକୁ ମିଳିଛି। ପାସେଞ୍ଜର ଟ୍ରେନ୍‌ର ବଗିରେ ଆମ୍ବ,ପଣସ, ସପୁରୀ ପଣସ ତେନ୍ତୁଳି ଭଳି ମୂଲ୍ୟବାନ ଜିନିଷପତ୍ର ଚାଲାଣ ହେଉଛି। ବଗି ଭିତରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବ୍ୟାଗ ଭିତରେ ଭର୍ତ୍ତି ଥିବା ଜିନିଷ ଚାଲାଣ ହେଉଛି। ଯାହାଫଳରେ ଯାତ୍ରୀମାନେ ଚଢ଼ିବା ଓହ୍ଲାଇବାରେ ରାସ୍ତା ନ ପାଇ ହାଇରାଣ ହରକତ ହେଉଛନ୍ତି। ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଯାତ୍ରୀମାନେ ଟ୍ରେନ୍‌ ଭିତରକୁ ଚଢ଼ିଲେ ମଧ୍ୟ ସିଟ୍‌ ଖାଲି ନ ଥିବାରୁ ବୁଢ଼ାବୁଢ଼ୀ ଠିଆ ହୋଇ ଦୂର ଜାଗାକୁ ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ଏହି ସବୁ ମୂଲ୍ୟବାନ ଜିନିଷଗୁଡ଼ିକ ବିଷମକଟକ, ମୁନିଗୁଡ଼ା, ଆମ୍ବାଦଳା, ଠାରୁ ଟ୍ରେନ୍‌ରେ ବୋଝେଇ ହୋଇ ରୁପ୍ରା ରୋଡ଼, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି,ମହାସମୁନ୍ଧ, ରାୟପୁରକୁ ବ୍ୟବସାୟୀମାନେ ଚାଲାଣ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ରେଳ ବିଭାଗର କ୍ଷତି ହେଉଛି। ପାସେଞ୍ଜର ଟ୍ରେନରେ ରେଳବାଇ ବିଭାଗ ପକ୍ଷରୁ ଆର୍‌ପିଏଫ୍‌ କିମ୍ବା ଜି.ଆର.ପି ଏହାର ତଦନ୍ତ କରିବା କଥା। କିନ୍ତୁ ବ୍ୟବସାୟୀଙ୍କ ସହ ସଲାସୁତରା ହୋଇ ଜାଣି ଅଜଣା ହେଉଛି। ରେଳବାଇ ପୋଲିସ ନୀରବଦ୍ରଷ୍ଟା ସାଜିଥିବାରୁ ରେଳ ବିଭାଗର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହାନି ଘଟୁଛି। ଏଥିପ୍ରତି ସମ୍ବଲପୁର ଡିଭିଜନର ଡିଆର୍‌ଏମ୍‌ ଦୃଷ୍ଟି ଦେବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜି.ଆର୍‌.ପି ଟିଟିଲାଗଡ଼କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri