ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରିମିୟମ ଟ୍ରେନ୍ ହାୱଡ଼ା ରୁ କାମାକ୍ଷା (ଗୁଆହାଟି) ମଧ୍ୟରେ ଚାଲିବ, ଯାହା ପ୍ରାୟ ୯୫୮ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଦୂରପାଲ୍ଲା ଯାତ୍ରା ଅଧିକ ଆରାମଦାୟକ ଓ ଶୀଘ୍ର ହୋଇପାରିବ।

ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ବିଭିନ୍ନ ଶ୍ରେଣୀ ପାଇଁ ଭଡ଼ା ସ୍ଥିର କରାଯାଇଛି। ହାୱଡାରୁ କାମାକ୍ଷା ପର୍ଯ୍ୟନ୍ତ ଥାର୍ଡ ଏସି (3AC) ଭଡ଼ା ୨,୨୯୯ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାୱଡାରୁ ନ୍ୟୁ ଜଲପାଇଗୁଡ଼ି ପାଇଁ ୧,୩୩୪ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ସର୍ବନିମ୍ନ ଭଡ଼ା ୯୬୦ ଟଙ୍କା ରହିଛି। ସେହିପରି ସେକେଣ୍ଡ ଏସି (2AC) ଶ୍ରେଣୀରେ ହାୱଡାରୁ କାମାକ୍ଷା ପାଇଁ ୨,୯୭୦ ଟଙ୍କା, ନ୍ୟୁ ଜଲପାଇଗୁଡ଼ି ପାଇଁ ୧,୭୨୪ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ୧,୨୪୦ ଟଙ୍କା ଦେବାକୁ ପଡ଼ିବ। ସବୁଠାରୁ ବିଳାସପୂର୍ଣ୍ଣ ଫାର୍ଷ୍ଟ ଏସି (1AC) ଶ୍ରେଣୀରେ ହାୱଡାରୁ କାମାକ୍ଷା ପାଇଁ ୩,୬୪୦ ଟଙ୍କା, ନ୍ୟୁ ଜଲପାଇଗୁଡ଼ି ପାଇଁ ୨,୧୧୩ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ୧,୫୨୦ ଟଙ୍କା ଭଡ଼ା ସ୍ଥିର ହୋଇଛି।

ଯାତ୍ରୀମାନେ ଟିକେଟ୍ ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସଟି (GST) ଦେବାକୁ ବାଧ୍ୟ ହେବେ। ରେଳବାଇର ନିୟମ ଅନୁଯାୟୀ, ଏହି ପ୍ରିମିୟମ ସେବା ପାଇଁ ଭଡ଼ା ଗଣନା ନିମନ୍ତେ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଏହି ଟ୍ରେନ୍‌ଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଓ ଉନ୍ନତମାନର ଶୟନ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri