ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ ରୋଜ୍‌ ଡେ’ ପାଇଁ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସାଙ୍ଗସାଥୀମାନେ ମଧ୍ୟ ପରସ୍ପରକୁ ଗୋଲାପ ଫୁଲ ଫୁଲଟିଏ ଦେଇ ରୋଜ୍‌ ଡେ’ର ଶୁଭ କାମନା କରିଥିଲେ।

ଏଥିପାଇଁ ସହରର ଫୁଲ ଦୋକାନଗୁଡିକରେ ବେପାର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ପୂର୍ବରୁ ରାଜ୍ୟ ବାହାରୁ ଭଳିକି ଭଳି ଗୋଲାପ ଫୁଲ ମଗାଇଥିଲେ। ବାଙ୍ଗାଲୋର ଓ ଝାଡ଼ଖଣ୍ଡର ରାୟପୁର୍‌ରୁ ଆସିଥିବା ଗୋଲାପର ଭଲ ଡିମାଣ୍ଡ ରହିଥିଲା। କିନ୍ତୁ ଲାଲ ଗୋଲାପର ବିକ୍ରି ଅଧିକ ହୋଇଥିବା ୟୁନିଟ-୮ର ଜଣେ ଫୁଲ ବ୍ୟବସାୟୀ ଦୁର୍ଯ୍ୟୋଧନ ସ୍ବାଇଁ କହିଛନ୍ତି। ରୋଜ୍‌ ଡେ’ ପାଇଁ ସହରରେ ଥିବା ପାର୍କ, ସିନେମା ହଲ୍‌ରେ ମଧ ଭିଡ ଲାଗିଥିବା ବେଳେ ରବିବାର ପ୍ରପୋଜ୍‌ ଡେ’ ପାଳନ କରିବାକୁ ପ୍ରସ୍ତୁତ ହୋଇଛି ରାଜଧାନୀ।

 

Dharitri – Odisha’s No.1 Odia Daily

Share