‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀପାର୍କରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ଶୋଭାଯାତ୍ରାରେ ବାହାରି ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀବୃନ୍ଦ ବିଜୁ ପଟ୍ଟନାୟକ, ବାବା ସାହେବ ଆମ୍ବେଦକରଙ୍କ ସମେତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଛକରେ ଶୋଭାଯାତ୍ରା ପହଞ୍ଚିଥିଲା। ସେଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରିଷ୍ଠ ବିଜେଡି ନେତା ସୁଶାନ୍ତ ମିଶ୍ର, ଗୌରହରି ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର ଅଶୋକ ଯୋଶୀ, ଗୋପାଳ ଲାଠ, ଗଣତନ୍ତ୍ର ପ୍ରଧାନ, ଅମ୍ବଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିତନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଜିଲା ପରିଷଦ ସଭ୍ୟା ନିଲ କୁମାରୀ ନାଏକ, ଜିତୁ ଭୋଇ, ହିମାଂଶୁ ଦାଶ, ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନରେନ୍ଦ୍ର ପ୍ରଧାନ, ଅନୁରାଧା ଅଗ୍ରଓ୍ବାଲ, ପୌରାଧ୍ୟକ୍ଷା କଳ୍ପନା ମାଝୀ , ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ଟାଉନ ବିଜେଡି ସଭାପତି କିଶୋର ମିଶ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଓ ପୌରପରିଷଦର କାଉନସିଲରବୃନ୍ଦ ସାମିଲ ହୋଇ ଗାନ୍ଧୀଛକରେ ପହଞ୍ଚି ଜନସଭାରେ ସାମିଲ ହୋଇଥିଲେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଛୁରିଆ ସଂପ୍ରତି ରାଜ୍ୟ ସରକାର ଦରଦାମ ବୃଦ୍ଧି ରୋକିବାକୁ ଅସହାୟ ହୋଇ ପଡ଼ିଥିବା ବେଳେ ମା’ମାନେ ଅସୁରକ୍ଷିତ ରହିଥିବା ଉଲ୍ଲେଖ କରି ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯେଉଁ ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଛି, ସବୁଥିରେ ବିଫଳ ହୋଇଛି ବୋଲି ସେ କହିଥିଲେ। ବରଗଡ଼ର ପୂର୍ବତନ ବିଧାୟକ ଆଚାର୍ଯ୍ୟ ବିଜେଡି ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହ କରି ରାଜ୍ୟରେ ଭାଜପା ସରକାର କିପରି ଜନସାଧାରଣଙ୍କୁ ମିଥ୍ୟା ଓ ସୁନେଲି ସ୍ବପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଛି, ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ତେବେ ସରକାର ଗଠନର ତିନି ମାସରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ରାଜ୍ୟର ଭାଜପା ସରକାର ସମ୍ପୂର୍ଣ ବିଫଳ ହୋଇଥିବା ସେ କହିଥିଲେ। ପଦଯାତ୍ରା ସହିତ ଆଗାମୀ ଦିନରେ ବିଜେଡିର ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବା ସହ ପଦଯାତ୍ରା ମାଧ୍ୟମରେ ଭାଜପାର ମିଥ୍ୟା ପ୍ରତିଶ୍ରୁତି ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଇବୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri