FILE - In this March 16, 2020, file photo, Neal Browning receives a shot in the first-stage safety study clinical trial of a potential vaccine for COVID-19, the disease caused by the new coronavirus, at the Kaiser Permanente Washington Health Research Institute in Seattle. The vaccine by Cambridge, Massachusetts-based Moderna Inc., generated antibodies similar to those seen in people who have recovered from COVID-19 in a study of volunteers who were given either a low or medium dose. (AP Photo/Ted S. Warren, File)
ଭୁବନେଶ୍ବର, ୨୮।୪(ବ୍ୟୁରୋ): ସାରାଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ। ଆଜି ଅପରାହ୍ନ ୪ଟାରୁ ଏହି ଟିକା ପଞ୍ଜୀକରଣ ଆରମ୍ଭ ହେବ। ଟିକା ନେବାକୁ ଚାହୁଁଥିଲେ କୋୱିନ ପୋର୍ଟାଲକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ। ଏହାସହ ଆରୋଗ୍ୟ ସେତୁ , ଉମଙ୍ଗ ଆପ ଦ୍ୱାରା ଟିକା ପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ନାମ, ଠିକଣା, ଆଧାର କାଡର଼୍ ଆଦି ଭଳି ତଥ୍ୟ ପ୍ରଦାନ କରାଯିବ। ସେଠାରେ ଆପଣଙ୍କୁ ଆଧାର ଆଇଡି, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିରେ ବ୍ୟବହାର କରୁଥିବା ଫଟୋ ଆଇଡିର ନମ୍ବର ଦେବାକୁ ପଡିବ। ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ। ଏହି ପର୍ଯ୍ୟାୟରେ ୨କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟିକା ନେଇପାରିବେ।